ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆଘାତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହୋଇଥିବା ରୋହିତ ଶର୍ମା ଏବେ ଫିଟ୍ ବୋଲି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ଘୋଷଣା କରିଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ରେ ସେ ଖେଳିବା ନିଶ୍ଚିତ ହୋଇଛି। ରୋହିତ ଏବେ ମୁମ୍ବାଇରେ ଥିବା ବେଳେ ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିବେ। ସେଠାରେ ୧୪ ଦିନିଆ କ୍ୱାରାଣ୍ଟାଇନ୍ରେ ରହିବା ପରେ ଦଳରେ ସାମିଲ ହେେ ବୋଲି କୁହାଯାଉଛି।
ପୂର୍ବରୁ ରୋହିତଙ୍କ ଖେଳିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଥିଲା। ଫଳରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ସିରିଜ ଆରମ୍ଭରୁ ଅଧିନାୟକ ବିରାଟ କୋହଲିଙ୍କୁ ଏନେଇ ପଚରାଯାଇଥିଲା। ହେଲେ ସେ ଜବାବ ରଖି ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ଏହାକୁ ନେଇ ସେତେବେଳେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।