Advertisement
Categories: ଖେଳ

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ‘ସ୍ପେଶାଲ ଫିପ୍ଟି’

କଲମ୍ବୋ,୧୦।୯: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ନିଜର ୫୦ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଶୁଭମନ ଗିଲଙ୍କ ସହ ଓପନିଂ ପାଇଁ ଓହ୍ଲାଇ ରୋହିତ ୪୨ ବଲ୍‌ରେ ୫ ଚୌକା ଏବଂ ୪ ଛକା ସହ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୪୯ ବଲ୍‌ରେ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ।

ପାକିସ୍ତାନ ବିପକ୍ଷରେ ଏହି ଅର୍ଦ୍ଧଶତକ ରୋହିତଙ୍କ ଲାଗି ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ ଥିଲା। ସେ ଏହାକୁ ୨୪୭ତମ ଦିନିକିଆ ୨୪୦ତମ ଇନିଂସରେ ବ୍ୟାଟିଂ କରି ହାସଲ କରିଛନ୍ତି। ଆଉଟ୍‌ ହେବା ପୂର୍ବରୁ ସେ ଶୁଭମନଙ୍କ ସହ ମିଶି ଭାରତକୁ ଭଲ ଆରମ୍ଭ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ୧୦୦ ବଲ୍‌ରେ ୧୨୧ ରନ୍‌ର ଭାଗିଦାରୀ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel