Categories: ଖେଳ

ଟେଷ୍ଟ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କଲେ ରୋହିତ

ନୂଆଦିଲ୍ଲୀ,୧୬।୧୨: ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛି। ସୋସିଆଲ ମିଡିଆରେ ମୁମ୍ବାଇର ଏହି ନିଷ୍ପତ୍ତିକୁ ନେଇ ଅନେକ ତୀବ୍ର ପ୍ରତିକ୍ରିୟା ରହିଛି। ରୋହିତ ଶର୍ମାଙ୍କ ପ୍ରଶଂସକମାନେ ବହୁତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସମୟରେ ରୋହିତ ଶର୍ମାଙ୍କର ଏକ ନୂଆ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି।

ପ୍ରକୃତରେ ୧୫ ଡିସେମ୍ବର ସାରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ନୂତନ ଅଧିନାୟକ ଘୋଷଣା ହେବା ପରେ ରୋହିତ ଶର୍ମା ଟେଷ୍ଟ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଯାଉଥିବାବେଳେ ବିମାନବନ୍ଦରରେ ନଜର ଆସିଥିଲେ। ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକାରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପଡିବ। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୬ ଡିସେମ୍ବରରୁ ଆରମ୍ଭ ହେବ, ଯେଉଁଥି ପାଇଁ ବିରାଟ କୋହଲି ମଧ୍ୟ ୧୫ ଡିସେମ୍ବର ସକାଳେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ। ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି, ଯେଉଁଠାରେ ଟିମ ଇଣ୍ଡିଆକୁ ୩ଟି -୨୦, ୩ ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ।

Share