Categories: ଖେଳ

ଟେଷ୍ଟ ଟିମ୍‌ର କ୍ୟାପଟେନ୍‌ ହେବାକୁ ଚାହୁଁ ନ ଥଲେ ରୋହିତ ଶର୍ମା: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୬: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍‌ର ଫୁଲ୍‌ ଟାଇମ୍‌ କ୍ୟାପଟେନ୍‌ କରାଯାଇଥିଲା। କୋହଲି ପ୍ରଥମେ ହ୍ବାଇଟ୍‌ ବଲ୍‌ର ପୂର୍ବରୁ ଅଧିନାୟକତ୍ୱ ଛାଡିଥିଲେ। ପରେ ୨୦୨୨ରେ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ପରାଜୟ ଯୋଗୁ କୋହଲି ଟେଷ୍ଟର ପ୍ୟାପ୍‌ଟେନ୍‌ସିପ୍‌କୁ ଅଲବିଦା କରିଥଲେ। ଏହା ପରେ ରୋହିତ ଶର୍ମା ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଥିଲେ।
ତେବେ ଏକ ସୂତ୍ରରୁ ଜଣାପଡିଛି କି, ରୋହିତ ଟେଷ୍ଟ ଟିମ୍‌ର କ୍ୟାପଟେନ୍‌ ହେବାକୁ ଇଚ୍ଛା କରୁ ନ ଥିଲେ।

ପିଟିଆଇ ଅନୁଯାୟୀ, ବିସିସିଆଇର ପୂର୍ବତନ ସଭାପତି ତଥା ବର୍ତ୍ତମାନର ସଚିବ ଜୟ ଶାହା ଏବଂ ସୌରଭ ଗାଙ୍ଗୁଲି ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ହେବାକୁ ବୁଝାଇଥିଲେ। ଏହାପରେ ରୋହିତ ରାଜି ହୋଇଥିଲେ।

ନିକଟରେ ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ୨୦୯ ରନ୍‌ କରି ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରଠାରୁ ରୋହିତ ଶର୍ମାଙ୍କୁ କ୍ୟାପଟେନ୍‌ରୁ ହଟାଇବା ପାଇଁ ଦାବି କରାଯାଉଛି।

Share