Categories: ଖେଳ

ଗୋଟିଏ ଇନିଂସରେ ୩ଥର ଆଉଟ୍‌ ହେଲେ ରୋହିତ ଶର୍ମା

ଇନ୍ଦୋର,୧।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୨ଟି ଜୀବନଦାନ ପାଇଥିଲେ। ମିଚେଲ ଷ୍ଟାର୍କଙ୍କ ପ୍ରଥମ ଓଭରରେ ରୋହିତ ଶର୍ମା ଦୁଇଥର ଆଉଟ୍‌ ଥିଲେ ମଧ୍ୟ ସେ ପାଭିଲିୟନକୁ ଫେରି ନ ଥିଲେ। ଇନିଂସର ପ୍ରଥମ ବଲ ରୋହିତଙ୍କ ବ୍ୟାଟ୍‌ର ଧାରରେ ବାଜିଥିଲା। ସମଗ୍ର ଅଷ୍ଟ୍ରେଲିୟ ଦଳ ଅପିଲ କରିଥିଲେ, କିନ୍ତୁ ଫିଲ୍ଡ ଅମ୍ପାୟାର ନିତିନ ମେନନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଅଧିନାୟକ ଷ୍ଟିଭ ସ୍ମିଥ ଡିଆରଏସ୍‌ ନେଇ ନ ଥିଲେ। ପରେ ଟିଭି ପରଦାରେ ରିପ୍ଲାଏରୁ ଜଣାପଡିଥିଲା ବଲ ତାଙ୍କ ବ୍ୟାଟ୍‌ର ଧାରରେ ବାଜିଛି।
ଏହା ପରେ ସମାନ ଓଭରର ଚତୁର୍ଥ ବଲ ରୋହିତଙ୍କ ବ୍ୟାଟ୍‌ ପ୍ୟାଡକୁ ଧକ୍କା ଦେଇଥିଲା। ଷ୍ଟାର୍କ ଆବେଦନ କରିଥିଲେ ମଧ୍ୟ ବାକି ଖେଳାଳିମାନେ ତାଙ୍କୁ ସମର୍ଥନ କରି ନ ଥିଲେ। ସ୍ମିଥ ପୁନର୍ବାର ଡିଆରଏସ୍‌ ନେଇ ନ ଥିଲେ। ପରେ ରିପ୍ଲାଏରୁ ଜଣାପଡିଥିଲା ରୋହିତ ଏଲବିଡବ୍ଲ୍ୟୁ ହୋଇଥିଲେ। ଯଦି ସ୍ମିଥ ଡିଆରଏସ୍‌ ନେଇ ନ ବ୍ୟବହାର କରିଥାନ୍ତେ, ତେବେ ରୋହିତ ଉଭୟ ଘଟଣାରେ ଆଉଟ୍‌ ହୋଇଥାନ୍ତେ। ତେବେ ଏହା ଘଟି ନ ଥିଲା ଏବଂ ରୋହିତ ଜୀବନଦାନ ପାଇଥିଲେ। ଏହି ଘଟଣାର ଫଟୋ କ୍ରିକେଟ ଡଟ କମ ମଧ୍ୟ ଷେୟାର କରିଛି।
ତେବେ ରୋହିତ ଏହି ଦୁଇଟି ଜୀବନଦାନର ସୁଯୋଗ ନେଇ ପାରି ନ ଥିଲେ ଏବଂ ଇନିଂସର ଷଷ୍ଠ ଓଭରରେ ସେ ଆଉଟ୍‌ ହୋଇଥିଲେ। ରୋହିତ ୨୩ ବଲରେ ୧୨ ରନ ସ୍କୋର କରିପାରି ଥିଲେ।

Share