Categories: ଖେଳ

ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ

ନୂଆଦିଲ୍ଲୀ,୨୪।୮: ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ଓପନର୍‌ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ କିଛି ଦିନ ଥିବା ବେଳେ ଶୁଭମନ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ଆଇସିସି ସହ କଥାବାର୍ତ୍ତାରେ ଶୁଭମନ କହିଛନ୍ତି, ବିଶ୍ୱକପ୍‌ ଦୃଷ୍ଟିରୁୁ ରୋହିତଙ୍କ ସହ ତାଙ୍କର ଭାଗିଦାରୀ ବେଶ ଗୁରୁତ୍ୱପୂର୍ଣ୍ଣ। ଭାଇଙ୍କ ସହ ଓପନିଂ କରିବାକୁ ବହୁତ ଭଲ ଲାଗେ। ବ୍ୟାଟିଂ ସମୟରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଖେଳରେ ଥାଏ। ସେ ଏଭଳି ଜଣେ ଖେଳାଳି ଯିଏ କି ସାଥୀ ଖେଳାଳି ସ୍ବାଧୀନରେ ଖେଳୁ ବୋଲି ଚାହାନ୍ତି। ଯିଏ ଯେଭଳି ସେ ସେଭଳି ଖେଳୁ ବୋଲି ରୋହିତ ଚାହିଁଥାନ୍ତି ବୋଲି କ୍ରିକେଟର କହିଛନ୍ତି।

ତେବେ ଶୁଭମନ-ରୋହିତଙ୍କ ଓପନିଂ ଯୋଡ଼ି ଦିନିକିଆରେ ୯ ଥର ଓହ୍ଲାଇଛି। ଉଭୟ ୭୬.୧୧ ହାରରେ ୬୮୫ ରନ୍‌ କରିଛନ୍ତି।

Share