Posted inଖେଳ

ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା

ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୧୮୪ ରନରେ ପରାସ୍ତ କରିଛି।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦ୍ୱାରା ମିଳିଥିବା ୩୪୦ ରନର ଲକ୍ଷ୍ୟକୁ ପଛ କରି ପକାଇ ଟିମ ଇଣ୍ଡିଆ ୭୯.୧ ଓଭରରେ ୧୫୫ରନରେ ଅଲ ଆଉଟ ହୋଇଥିଲା। ଏହି ବିଜୟ ସହିତ ଆୟୋଜକ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଥିଲେ।
ଦୁଇ ଦଳ ମଧ୍ୟରେ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏମସିଜିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ପ୍ରଥମ ଇନିଂସରେ ୪୭୪ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳର ପ୍ରଥମ ଇନିଂସ ୩୬୯ ରନ ପାଇଁ ଆଉଟ ହୋଇଥିଲା। ଏହିପରି ଆୟୋଜକ ଦଳ ପ୍ରଥମ ଇନିଂସ ଆଧାରରେ ୧୦୫ ରନ ଅଗ୍ରଣୀ ଲାଭ କଲା।
ରୋହିତ ଶର୍ମା ଖବରଦାତା ସମ୍ମିଳନୀରେ କହିଛନ୍ତି, ଆମେ ଜାଣିଥିଲୁ ୩୪୦ ରନର ଲକ୍ଷ୍ୟ କେବେ ସହଜ ହେବ ନାହିଁ। ଗତ ଦୁଇଟି ଅଧିବେଶନରେ ୱିକେଟ ହାତରେ ରଖି ଆମେ ଏକ ମଞ୍ଚ ସ୍ଥିର କରିବାକୁ ଚାହୁଁଥିଲୁ, କିନ୍ତୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ବୋଲିଂ କରିଥିଲା। ଆମେ ଲକ୍ଷ୍ୟକୁ ଗୋଡ଼ାଇବାକୁ ଚାହୁଁଥିଲୁ, କିନ୍ତୁ ଆମେ ମଞ୍ଚ ସ୍ଥିର କରିପାରିଲୁ ନାହିଁ। ମ୍ୟାଚ ଜିତିବାର ଉପାୟ ଅଛି ଏବଂ ଆମେ ଉପାୟ ଖୋଜିବାରେ ସଫଳ ହୋଇ ନାହୁଁ।
ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଭାରତୀୟ ଅଧିନାୟକ କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଏଠାକୁ ଆସିଛନ୍ତି। ଏଠାରେ ଅବସ୍ଥା ବହୁତ କଷ୍ଟସାଧ୍ୟ ହୋଇଯାଏ । କିନ୍ତୁ ସେ ବହୁତ ଶକ୍ତି ପ୍ରଦର୍ଶନ କରି ଭଲ କୌଶଳ ପ୍ରଦର୍ଶନ କରିଥିଲେ। ଏହି ସ୍ତରରେ ସଫଳ ହେବା ପାଇଁ ନୀତୀଶଙ୍କର ସବୁକିଛି ଅଛି । ମୁଁ ଆଶା କରୁଛି ଯେ ସେ ଏଠାରୁ ଦୃଢ ଭାବରେ ଆଗକୁ ବଢିବେ ଏବଂ ଦଳରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ…

ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ...

ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ...

ଖେଳ ରତ୍ନ ପୁରସ୍କାର ଜିତିଥିବା ଖେଳାଳିଙ୍କୁ ମିଳିବ ଏତିକି ପୁରସ୍କାର ରାଶି, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨।୧: କ୍ରୀଡା ମନ୍ତ୍ରଣାଳୟ ୨୦୨୫ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ଏଥର କ୍ରୀଡା ଜଗତରେ ଇତିହାସ ସୃଷ୍ଟି କରିଥିବା ୪ ଖେଳାଳିଙ୍କୁ...

ଖେଳ ରତ୍ନ ପୁରସ୍କାର ଘୋଷଣା: ମନୁ ଭାକରଙ୍କ ସମେତ ଏହି ସବୁ ଖେଳାଳି ହେବେ ସମ୍ମାନିତ

ନୂଆଦିଲ୍ଲୀ,୨।୧: ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର...

ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ: ରୋହିତ-ପନ୍ତ ହେବେ ବିଦା!

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଜାନୁଆରୀ ୩ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ସିରିଜରେ ଟିମ ଇଣ୍ଡିଆ...

ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୧: ଭାରତର ୪ ନାମିଦାମୀ କ୍ରିକେଟରଙ୍କୁ ଗୁଜରାଟର ସିଆଇଡି ଶାଖା ସମନ ଜାରି କରିଛି। ଏହି ଚାରି କ୍ରିକେଟରଙ୍କ ନାମ ହେଉଛି ଶୁବମାନ ଗିଲ, ରାହୁଲ...

ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍‌ ପଡ଼ିଲେ ମିଚେଲ ମାର୍ଶ

ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ...

ଟିମ୍‌ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର

ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri