ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ବାମ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ସେ ଠିକ୍ ଭାବେ ଖେଳି ପାରି ନ ଥିଲେ। ରୋହିତଙ୍କ ସହ ଚେତେଶ୍ୱର ପୂଜାରା ମଧ୍ୟ ରନ୍ ନେବାକୁ ଦୌଡ଼ୁଥିବା ବେଳେ ଗୋଇଠିରେ ସମସ୍ୟା ଦେଖାଦେଇଥିଲା। କାରଣ ତାଙ୍କ ଗୋଡ ମୋଡି ହୋଇଯାଇଥିଲା। ମ୍ୟାଚ୍ ବେଳେ ଉଭୟ ଖେଳାଳିଙ୍କ ଆଘାତ କେତେ ଗମ୍ଭୀର ତାହା ଜଣା ନ ଥିଲା। ତେବେ ପୂଜାରା ବ୍ୟାଣ୍ଡେଜ୍ ଗୁଡ଼ାଇ ରନ୍ କରିବା ଯୋଗୁ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ଆଶା କରାଯାଇଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ଦ୍ୱିତୀୟ ଇନିଂସରେ ସେ ଫିଲ୍ଡିଂ କରି ନ ଥିଲେ। ଏଣୁ ସେମାନେ ସେପ୍ଟେମ୍ବର ୧୦ରେ ହେବାକୁ ଥିବା ପଞ୍ଚମ ଟେଷ୍ଟରେ ଖେଳିବା ସନ୍ଦେହ ଘେରରେ ଥିଲା। ଏବେ ରୋହିତ ନିଜ ଆଘାତ ନେଇ ବଡ ଅପ୍ଡେଟ୍ ଦେଇଛନ୍ତି। ରୋହିତ ମ୍ୟାଚ୍ ପରେ ଆଘାତ ନେଇ କହିଛନ୍ତି, ବର୍ତ୍ତମାନ ଭଲ ଲାଗୁଛି। ଫିଜିଓ ପ୍ରତି ମିନିଟ୍ରେ ଯତ୍ନ ନେବାକୁ କହିଛନ୍ତି। ବହୁ ଆଗକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।