Categories: ଖେଳ

ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଟିମ ଇଣ୍ଡିଆ ବିନା ଉଇକେଟ୍‌ ହରାଇ ସ୍କୋର ୪୦ ରନ ସ୍କୋର କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୪ ଜସସ୍ବୀ ଜୟଶ୍ୱାଲ ୧୬ ରନ ସ୍କୋର କରି ଅପରାଜିତ ରହିଛନ୍ତି। ତେବେ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ସ୍‌ଭାରତୀୟ ଅଧିନାୟକ ଟେଷ୍ଟ ମ୍ୟାଚରେ ୪ ହଜାର ରନ ଛୁଇଁଛନ୍ତି। ୫୮ ଟେଷ୍ଟ ମ୍ୟାଚର ୧୦୦ ଇନିଂସରେ ରୋହିତ ଶର୍ମା ଏହି ସଂଖ୍ୟା ଛୁଇଁଛନ୍ତି।
ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରରେ ୫୮ଟି ମ୍ୟାଚ୍‌ରେ ୧୦୦ ଇନିଂସରେ ହାରାହାରି ୪୪.୯୯ରେ ୪୦୦୪ ରନ ସ୍କୋର କରିଛନ୍ତି। ଟେଷ୍ଟ ଫର୍ମାଟରେ ରୋହିତ ଶର୍ମା ୧୧ ଶତକ ହାସଲ କରିଥିବାବେଳେ ସେ ୧୬ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଥରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ଫର୍ମାଟରେ ରୋହିତ ଶର୍ମାଙ୍କ ଶ୍ରେଷ୍ଠ ସ୍କୋର ହେଉଛି ୨୧୨ ରନ। ଏଥିସହ ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ୮୦ ଛକା ଓ ୪୩୮ ଚୌକା ମାରିଛନ୍ତି।

Share