Categories: ଖେଳ

ଉପରକୁ ଉଠିଲେ ରୋହିତ, ପାଣ୍ଡ୍ୟା

ଦୁବାଇ,୨୯ା୩:ଆଇସିସି ପକ୍ଷରୁ ବୁଧବାର ଦିନିକିଆ ର଼୍ୟାଙ୍କିଙ୍ଗ କାଳିକା ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟରଙ୍କ ତାଲିକାରେ ଉପରକୁ ଉଠିଥିବା ବେଳେ ବୋଲରଙ୍କ ତାଲିକାରେ ଉପରକୁ ଉଠିଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା। ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟରଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ହାର୍ଦ୍ଦିକ ୧୦ସ୍ଥାନ ଉପରକୁ ଉଠି ବୋଲରଙ୍କ ତାଲିକାରେ ୭୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଦିନିକିଆରେ ଶୁବମାନ ଗିଲ(୫) ଶ୍ରେଷ୍ଠ ଭାରତୀୟ ବ୍ୟାଟର ରହିଛନ୍ତି। ବ୍ୟାଟରଙ୍କ ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଜୋସ୍‌ ହେଜେଲଉଡ ବୋଲରଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତର ମହମ୍ମଦ ସିରାଜ ତୃତୀୟ ସ୍ଥାନରେ ରହିଛନ୍ତି।

Share