Categories: ଖେଳ

ସୁସ୍ଥ ହେଲେ କ୍ୟାପ୍‌ଟେନ୍‌

ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ଏଥିଲାଗି ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ମ୍ୟାଚ୍‌ ଲାଗି ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ଜସପ୍ରିତ ବୁମ୍‌ରା ଦଳର ନେତୃତ୍ୱ ସମ୍ଭାଳୁଛନ୍ତି। ଏପରି ସ୍ଥିତିରେ ଏବେ ରୋହିତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଏଣୁ ଆଗାମୀ ଦିନରେ ହେବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଜୁଲାଇ ୭ରୁ ଉଭୟ ଟିମ୍‌ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ସେହିଭଳି ଦିନିକିଆ ସିରିଜର ତିନୋଟି ମ୍ୟାଚ୍‌ ଜୁଲାଇ ୧୨,୧୪,୧୭ରେ ଆୟୋଜିତ ହେବ। ବିସିସିଆଇ ପୂର୍ବରୁ ସିରିଜ ଲାଗି ଦଳ ଘୋଷଣା କରିସାରିଛି। ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବରିଷ୍ଠ ଖେଳାଳିଙ୍କୁ ପ୍ରଥମ ଟି୨୦ ଟିମ୍‌ରେ ସାମିଲ କରାଯାଇଛି।

Share