Categories: ଖେଳ

କ୍ୟାପଟେନ ରୋହିତ ଶର୍ମା କରୋନା ପଜିଟିଭ

ନୂଆଦିଲ୍ଲୀ,୨୬ ।୬: ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା କରୋନାରେ ପୀଡ଼ିତ ହୋଇଛନ୍ତି । ଶନିବାର ତାଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ବେଳେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ବିସିସିଆଇ ଟୁଇଟ କରି ଏହି ସୂଚନା ଦେଇଛି । ଏହାସହ ବିସିସିଆଇ ସୂଚନା ଦେଇଛି କି କ୍ୟାପଟେନ ରୋହିତ ଶର୍ମା ଏବେ ହୋଟେଲରେ ଆଇସୋଲେଶନରେ ରହିଛନ୍ତି ଓ ବିସିସିଆଇର ମେଡିକାଲ ଟିମ ତାଙ୍କର ଦେଖାରଖା କରୁଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତୀୟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବି କରୋନାରେ ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ସେ ଅନ୍ୟ ଖେଳାଳିମାନଙ୍କ ସହ ଲଣ୍ଡନ ଯାଇ ପାରି ନ ଥିଲେ । ଏବେ ସେ ସୁସ୍ଥ ହୋଇଯାଇଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ସପ୍ତାହରେ ଲଣ୍ଡନ ପହଞ୍ଚିବା ପରେ ବିରାଟ କୋହଲି ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି ।

Share