ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ରୋହିତ ଏଭଳି କିଛି କହିଛନ୍ତି ଯାହାର ଚର୍ଚ୍ଚା ବଢ଼ିବାରେ ଲାଗିଛି।
ଖବରଦାତା ସମ୍ମିଳନୀରେ ରୋହିତଙ୍କୁ ପଚରାଯାଇଥିଲା ଯେ ପୂଜାରା,ରାହାନେ ଏବଂ ଅଶ୍ୱିନ ଏବେ ଅନ୍ୟ ଭୂମିକାରେ ନଜର ଆସିବେ। ଏହାର ଜବାବରେ ରୋହିତ କହିଥିଲେ ଯେ ଭାଇ ଏବେ କେବଳ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରିଛନ୍ତି। ତୁମେମାନେ ମୋତେ ମାରିଦେବ। ରାହାନେ-ପୂଜାରା ଏବେ ଖେଳୁଛନ୍ତି। ଭଲ ଖେଳିଲେ ଦଳକୁ ଫେରିପାରନ୍ତି।
କହିରଖୁଛୁ, ଯଦି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ପରାଜିତ ହେଉଛି ତେବେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳିପାରିବ ନାହିଁ। ଏମିତିରେ ବିରାଟ କୋହଲିଙ୍କ ସହ ରୋହିତ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇପାରନ୍ତି। କାରଣ ଉଭୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି।