Categories: ଖେଳ

ଖୁସିରେ ଗଦଗଦ ହିଟ୍‌ମ୍ୟାନ୍‌

ସାଉଥମ୍ପଟନ୍‌,୮।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରିଛି। ଏହା ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହି ମ୍ୟାଚରେ ଭାରତୀୟ ବୋଲର ଏବଂ ବ୍ୟାଟ୍ସମ୍ୟାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ମ୍ୟାଚ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ବେଶ୍‌ ଖୁସି ଜଣାପଡୁଥିଲେ।
ମ୍ୟାଚ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଥମ ବଲରେ ନିଜର ଉଦ୍ଦେଶ୍ୟ ପ୍ରଦର୍ଶନ କରିଥିଲେ। ଯଦିଓ ପିଚ ଭଲ ଥିଲା ଏବଂ ଆମେ ଭଲ ସଟ ମଧ୍ୟ ଖେଳିଥିଲୁ। ପାୱାରପ୍ଲେ ସଠିକ୍‌ ଉପଯୋଗ କରିଥିଲୁ।
ଅଧିନାୟକ ରୋହିତ ଶର୍ମା ମ୍ୟାଚ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରିଥିଲେ। ରୋହିତ କହିଥିଲେ, ମୁଁ ତାଙ୍କ (ହାର୍ଦ୍ଦିକ) ବୋଲିଂ ଦ୍ୱାରା ପ୍ରଭାବିତ ହୋଇଛି। ସେ ଜଣେ ସୁପରଷ୍ଟାର ଖେଳାଳି। ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ସେ ବଲ ଏବଂ ବ୍ୟାଟ ସହିତ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ମ୍ୟାଚ୍‌ରେ ୫୧ ରନ ସ୍କୋର କରିବା ସହିତ ହାର୍ଦ୍ଦିକ ମଧ୍ୟ ୪ଟି ଉଇକେଟ ନେଇଥିଲେ। ସେ ପ୍ରଥମ ଭାରତୀୟ ହୋଇ ଭାରେ ୫୦ ରନ୍‌ ସ୍କୋର କରି ୪ଟି ଉଇକେଟ୍‌ ନେଇଥିଲେ।

Share