Categories: ଖେଳ

ପତ୍ନୀଙ୍କ ସହ ଛୁଟି ବିତାଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୪।୫: ଆଇପିଏଲ୍‌ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁର୍ନାମେଣ୍ଟରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥିଯୋଗୁ ଅଧିନାୟକ ରୋହିତ ଶର୍ମା ଶୀର୍ଘ ମୁକ୍ତ ହୋଇଛନ୍ତି। ଏବେ ସେ ପରିବାର ସହ ଛୁଟି କଟାଇବାକୁ ମାଳଦ୍ୱିପ ଯାଇଛନ୍ତି। ରୋହିତ ନିଜର ଇନ୍‌ଷ୍ଟାଗ୍ରାମରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ସେଥିରେ ସେ ଝିଅ ସମାୟରାଙ୍କ ସହ ସମୁଦ୍ରକୂଳରେ ବସିଥିବା ଦେଖାଯାଇଛି। ଏହାଛଡ଼ା ସେ ଥିବା ହୋଟେଲର ମଧ୍ୟ କିଛି ଫଟୋ ରହିଛି। ସେହିଭଳି ରୋହିତଙ୍କ ସ୍ତ୍ରୀ ରିତିକା ମଧ୍ୟ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି।

କହିରଖୁଛୁ, ରୋହିତ ଆଇପିଏଲ୍‌ ପରେ କିଛି ଦିନର ବ୍ରେକ୍‌ ନେଇଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳିବେ ନାହିଁ। ତାଙ୍କ ସ୍ଥାନରେ କେ ଏଲ୍‌ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସେ ଦଳକୁ ଫେରିବେ।

Share