Categories: ଖେଳ

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା

ନୂଆଦିଲ୍ଲୀ, ୮ା୬: ଟି-୨୦ ବିଶ଼୍ବକପ୍‌ ପାଇଁ ଏବେ ଅଭ୍ୟାସ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପୁଣିଥରେ ଆହତ ହୋଇଛନ୍ତି। ପୂର୍ବରୁ ଆୟାରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିବା ବେଳେ ଏବେ ପାକିସ୍ତାନ ସହିତ ହେବାକୁ ଥିବା ହାଇ-ଭୋଲ୍ଟେଜ୍‌ ମ୍ୟାଚ୍‌ ପୂର୍ବରୁ ପୁଣିଥରେ ଆହତ ହୋଇଛନ୍ତି। ଅଭ୍ୟାସ କରୁଥିବା ବେଳେ ରୋହିତଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।
୯ ଜୁନ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ନ୍ୟୁୟର୍କରେ ଖେଳାଯିବାକୁ ଥିବା ଏହି ଟି-୨୦ ମ୍ୟାଚ୍‌କୁ ନେଇ କ୍ରେକେଟ୍‌ ପ୍ରାମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଅନ୍ୟପଟେ ରୋହିତ ଆହତ ହେବା ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ଥ୍ରୋ ଡାଉନ୍‌ ଏକ୍ସପର୍ଟ ନୁୱାନଙ୍କ ନିର୍ଦ୍ଦେଶରେ ବୋଲିଂ କରୁଥିଲେ । ଏହି ସମୟରେ, ଏକ ବଲ ପିଚରୁ ବାଉନ୍ସ ହୋଇ ତାଙ୍କ ବାମ ହାତରେ ତାଙ୍କ ଗ୍ଲେବ୍ସରେ ଲାଗିଥିଲା, ଯାହା ପରେ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ । ତଥାପି, ଫିଜିଓ ଦେଖିବା ପରେ ତାଙ୍କୁ ସବୁକିଛି ଠିକ ଥିବା ଲାଗିଥିଲା ।

Share