Categories: ଖେଳ

ମ୍ୟାଚ୍‌ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ଏକ୍ସ-ରେ ପାଇଁ ଢାକାସ୍ଥିତ ଏକ ହସ୍ପିଟାଲ ନିଆଯାଇଥିଲା। ବିସିସିଆଇ ମେଡିକାଲ ଟିମ ରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।
ତେବେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ କି ନାହିଁ ସନ୍ଦେହ ଜାରି ରହିଛି। ବ୍ୟାଟିଂ ସମ୍ପର୍କରେ ବିସିସିଆଇ କୌଣସି ଅପଡେଟ୍‌ଜାରି କରି ନାହିଁ। ଏଥିସହ ରୋହିତ ତୃତୀୟ ଦିନିକିଆରେ ଖେଳିବା ଉପରେ ସନ୍ଦେହ ରହିଛି। ରୋହିତଙ୍କ ସ୍ଥାନରେ ଦ୍ୱିତୀୟ ଦିନିକିଆରେ କେ.ଏଲ ରାହୁଲ ଅଧିନାୟକ ଦାୟିତ୍ୱରେ ଅଛନ୍ତି।
ବାଂଲାଦେଶର ଇନିଂସର ଦ୍ୱିତୀୟ ଓଭରରେ ରୋହିତ ଆହତ ହୋଇଥିଲେ। ସେ ସ୍ଲିପ୍‌ରେ ଫିଲ୍ଡିଂ କରୁଥିଲେ। ଏହି ଓଭରରେ ମହମ୍ମଦ ସିରାଜ ବୋଲିଂ କରିଥିଲେ। ସିରାଜଙ୍କ ବଲରେ ଏନାମୁଲ ହକ ଏକ ସଟ୍‌ ଖେଳିଥିଲେ। ବଲ ରୋହିତଙ୍କ ହାତରେ ବାଜିଥିଲା। ଏହି ସମୟରେ ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ପଡିଆରେ ରୋହିତ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥବଲେ। ତାଙ୍କୁ ସଙ୍ଗେ ସଙ୍ଗେ ପଡିଆରୁ ଡ୍ରେସିଂ ରୁମ୍‌ରୁ ନିଆଯାଇଥିଲା। ଏହା ପରେ ଡାକ୍ତରୀ ଦଳ ତାଙ୍କୁ ସ୍କାନ ପାଇଁ ହସ୍ପିଟାଲ ନେଇଥିଲେ।

 

Share