Posted inଜାତୀୟ

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ। ରୋହିତ ଶର୍ମା ଚମତ୍କାର ଅଧିନାୟକତ୍ୱ ଏବଂ କୁଲ୍‌ ମିଜାଜ୍‌ ପାଇଁ ଜଣାଶୁଣା। ଭାରତୀୟ ଅଧିନାୟକ ପ୍ରାୟତଃ ପଡ଼ିଆରେ କିଛି ମଜାଳିଆ କାମ କରୁଥିବା ଦେଖାଯାଏ।

ନିଜର କୁଲ୍‌ ମିଜାଜ୍‌ ପାଇଁ ପ୍ରସିଦ୍ଧ ରୋହିତ ଶର୍ମା ବେଳେବେଳେ ଖେଳାଳିଙ୍କ ଉପରେ ରାଗୁଥିବା ଦେଖାଯାଏ। ଅନେକ ଥର ସେ ପଡ଼ିଆରେ ଦୁର୍ବ୍ୟବହାର ରାଗିଛନ୍ତି। ତେବେ ଦଳର ଖେଳାଳିମାନେ ରୋହିତ ଶର୍ମାଙ୍କ ଉପରେ ରାଗିଛନ୍ତି କି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ମଧ୍ୟ ଉଠିପାରେ। ରୋହିତ ଶର୍ମାଙ୍କ ଦଳର ଖେଳାଳିଙ୍କ ସହ ସମ୍ପର୍କ କିପରି ଏବଂ କାହା ସହିତ ଝଗଡା ଅଛି।

ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ରୋହିତ ଶର୍ମାଙ୍କ ଲଢେଇ ବିଷୟରେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରୋହିତ ଶର୍ମାଙ୍କ ବିଷୟରେ ସେ କାହାଠାରୁ ଶୁଣି ନାହାଁନ୍ତି ଯେ ସେ ଜଣେ ଭଲ ବ୍ୟକ୍ତି ନୁହଁନ୍ତି।

ତାଙ୍କର ଏକ ବିବୃତ୍ତିରେ ଆକାଶ ରୋହିତ ଶର୍ମାଙ୍କ ବିଷୟରେ କହିଛନ୍ତି, ମୁଁ ଏପରି କୌଣସି ବ୍ୟକ୍ତିଙ୍କୁ ଦେଖି ନାହିଁ, ମୁଁ ଏହା ସମସ୍ତଙ୍କ ପାଇଁ କହି ପାରିବି ନାହିଁ, କିନ୍ତୁ ରୋହିତଙ୍କ ପାଇଁ ମୁଁ କହିପାରେ ଯେ ରୋହିତଙ୍କ ଭଳି ଭଲ ବ୍ୟକ୍ତି ମୁଁ କାଉଠି ବି ଦେଖି ନାହିଁ। ସେ ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା। ସେ ମୋ ବନ୍ଧୁ ନୁହଁନ୍ତି କିନ୍ତୁ ଏକଥା ଦାବିର ସହ କହିପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୩ ଜଣ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲୁ, ଏବେ ନିଷ୍ପତ୍ତି କମାଣ୍ଡଙ୍କର

ନୂଆଦିଲ୍ଲୀ,୨୪।୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ କଂଗ୍ରେସ ନେତା ରଣଦୀପ...

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ମୃତ୍ୟୁ, ଜମ୍ମୁ ହସ୍ପିଟାଲରେ…

ନୂଆଦିଲ୍ଲୀ,୨୪।୯: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ...

ସିଦ୍ଧରମୈୟାଙ୍କୁ ଲାଗିଲା ବଡ ଝଟ୍‌କା

ବେଙ୍ଗାଲୁରୁ,୨୪।୯: ମୈସୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ କର୍ନାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ...

ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ଯୁବକମାନଙ୍କ ବେକାରୀ ସମସ୍ୟାକୁ ନେଇ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ପ୍ରଶ୍ନ ଉଠାଇଛନ୍ତି, ହରିୟାଣାର ଯୁବକମାନେ କାହିଁକି...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri