ଆବୁଧାବି, ୧।୧୦: ଆଇପିଏଲ୍-୧୩ତମ ସିଜନର ୧୩ତମ ମ୍ୟାଚ୍ରେ ଗୁରୁବାର ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି ମ୍ୟାଚ୍ ଅବସରରେ ରୋହିତ୍ଙ୍କ ନିକଟରେ ଏକ ମାଇଲ୍ଖୁଣ୍ଟ ହାସଲ କରିବାର ସୁଯୋଗ ରହିଛି। ଯଦି ସେ ଆଉ ୨ ରନ୍ ସଂଗ୍ରହ କରନ୍ତି ତେବେ ଆଇପିଏଲ୍ରେ ୫ ହଜାର ରନ୍ ସଂଗ୍ରହ କରିବାରେ ୩ୟ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିବେ। ରୋହିତ୍ ବର୍ତ୍ତମାନ ୧୯୧ ଆଇପିଏଲ୍ ମ୍ୟାଚ୍ରୁ ୪,୯୯୮ ରନ୍ ସଂଗ୍ରହ କରିଛନ୍ତି। ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ସୁରେଶ ରାଇନା ଆଇପିଏଲ୍ରେ ୫ ହଜାର ରନ୍ ସଂଗ୍ରହ କରିସାରିଛନ୍ତି। କୋହଲିଙ୍କ ନାମରେ ଆଇପିଏଲ୍ରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବାର ରେକର୍ଡ ରହିଛି। ସେ ୧୮୦ ମ୍ୟାଚ୍ରୁ ୩୭.୧୯ ଆଭରେଜରେ ୫,୪୩୦ ରନ୍ କରିଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ ରାଇନା ରହିଛନ୍ତି। ରାଇନା ୧୯୩ ମ୍ୟାଚ୍ରୁ ୫,୩୬୮ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି।