Categories: ଖେଳ

ଜବରଦସ୍ତ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା: କହିଦେଲେ ଏମିତି କଥା

ଲକ୍ଷ୍ନୌ,୩୦।୧୦: ଚାଲିଥିବା ବିଶ୍ୱକପ ୨୦୨୨ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଭାରତ ସେମିଫାଇନାଲ ରେସ୍‌କୁ ପ୍ରାୟ ଏକ ଔପଚାରିକତାରେ ପରିଣତ କରିଛି। ଭାରତୀୟ ବୋଲରମାନେ ବିଶେଷକରି ଦ୍ରୁତ ବୋଲରମାନେ ମହମ୍ମଦ ଶାମିଙ୍କ ନେତୃତ୍ୱରେ ଦ୍ରୁତ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ଏତେ ବଡ଼ ବିଜୟ ସତ୍ତ୍ୱେ ଖୁସି ନାହାନ୍ତି ରୋହିତ ଶର୍ମା। ରୋହିତ କହିଛନ୍ତି, ତାଙ୍କ ବ୍ୟାଟ୍ସମ୍ୟାନ୍‌ମାନେ ଆଶା ଅନୁସାରେ ପ୍ରଦର୍ଶନ କରିନାହାଁନ୍ତି। ମୁଁ ଭାବୁଛି ଏହି ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିଛୁ। ସମସ୍ତ ଅଭିଜ୍ଞ ଖେଳାଳିମାନେ ଠିକ ସମୟରେ ଦାୟିତ୍ୱବୋଧକ ଭାବରେ ଖେଳି ମ୍ୟାଚ ଜିତିଥିଲେ। ଆମେ ଜାଣିଥିଲୁ ପିଚ ସାହାଯ୍ୟକାରୀ ଏବଂ ଆମର ବୋଲିଂ ଅଭିଜ୍ଞ ଥିଲା ତେଣୁ ଆମେ ଭଲ ସ୍କୋରରେ ପହଞ୍ଚିବାକୁ ଚାହୁଁଥିଲୁ। ପାୱାରପ୍ଲେରେ ୩ଟି ଉଇକେଟ ହରାଇବା ଏକ ଆଦର୍ଶ ପରିସ୍ଥିତି ନୁହେଁ। କିନ୍ତୁ ଆମକୁ ଆହୁରି ଧ୍ୟାନ ଦେବାକୁ ପଡ଼ିବ।

Share