Categories: ଖେଳ

ଟିମ୍‌ ଇଣ୍ଡିଆକୁ ଲାଗିପାରେ ଝଟ୍‌କା ! ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଆହତ

ଲକ୍ଷ୍ନୌ,୨୯।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ଷ୍ଟାଡିୟମରେ ଅଭ୍ୟାସ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ଏହା କେତେ ଗୁରୁତର ତାହା ଜଣାପଡ଼ି ନାହିଁ। ହେଲେ ଯଦି ସେ ସମ୍ପୂର୍ଣ୍ଣ ଫିଟ୍‌ ଅନୁଭବ ନ କରନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଇଛି।

ରୋହିତ ଚଳିତ ବିଶ୍ୱକପ୍‌ରେ ଭଲ ଫର୍ମରେ ଅଛନ୍ତି। ସେ ୫ ମ୍ୟାଚ୍‌ରେ ୧୩୩ ଷ୍ଟ୍ରାଇକ୍‌ ରେଟ୍‌ରେ ଏକ ଶତକ ସହ ୩୧୧ ରନ୍‌ କରିଛନ୍ତି। ଏଣୁ ରୋହିତଙ୍କୁ ଆଘାତ ଲାଗିବା ଦଳର ଚିନ୍ତା ବଢ଼ାଇଛି।

ପ୍ରକାଶ ଯେ, ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି। ଭାରତ ବନାମ ବାଲାଂଦେଶ ମୁକାବିଲାରେ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଏନ୍‌ସିଏ ପଠାଇ ଦିଆଯାଇଛି। ନିକଟରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଥିବା ଅପ୍‌ଡେଟ୍‌ ଅନୁଯାୟୀ ହାର୍ଦ୍ଦିକଙ୍କ ଗ୍ରେଡ୍‌ ୧ ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ସେ ଭାରତ ପକ୍ଷରୁ ଆଉ କିଛି ମ୍ୟାଚ୍‌ ଖେଳି ନ ପାରନ୍ତି ବୋଲି କୁହାଯାଉଛି।

Share