Advertisement
Categories: ଖେଳ

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପରେ ରୋହିତ ଏହି ଦିନ ଇତିହାସ ସୃଷ୍ଟି କରିଥିଲେ। ଆଇସିସି ବିଶ୍ୱକପ ୨୦୧୯ରେ ରୋହିତ ଶର୍ମା ଦମଦାର ଫର୍ମରେ ଥିଲେ। ଆଜିକୁ ବର୍ଷେ ପୂର୍ବେ ବିଶ୍ୱକପରେ ଇତିହାସ ସେ ଏକ ରେକର୍ଡ ସୃଷ୍ଟି କରିଥିଲେ। ରୋହିତ ଗୋଟିଏ ବିଶ୍ୱକପରେ ଲଗାତର ୫ଟି ଶତକ ମାରିବାରେ ବିଶ୍ୱର ଏକମାତ୍ର କ୍ରିକେଟର ଥିଲେ। ୨୦୧୯, ଜୁଲାଇ ୬ରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ୭ ଉଇକେଟ୍‌ ହରାଇ ୨୬୪ସ୍କୋର କରିଥିଲା। ଏହାର ଜବାବରେ ରୋହିତ ୯୪ ବଲରୁ ୧୦୩ର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ। ସେ କେ.ଏଲ ରାହୁଲଙ୍କ ସହ ମିଶି ପ୍ରଥମ ଉଇକେଟ ପାଇଁ ୧୮୯ ରନ କରିଥିଲେ। ରୋହିତ ତାଙ୍କ ଇନିଂସରେ୧୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ରାହୁଲ ମଧ୍ୟ ୧୧୧ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେ ରୋହି ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଥିଲେ। ୨୦୧୫ ବିଶ୍ୱକପରେ ସାଙ୍ଗାକାରା ଲଗାତର ୪ଟି ଶତକ ହାସଲ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel