ଅହମଦାବାଦ,୧୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ବିସ୍ଫୋରକ ଥିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରୁ ଛକା ମାରି ଦଳର ଖାତା ଖୋଲିଥିଲେ। ଇଂଲଣ୍ଡ ପକ୍ଷରୁ ପ୍ରଥମ ଓଭର୍ ଆଦିଲ ରସିଦ ବୋଳିଂ କରିଥିଲେ। ସେ ପ୍ରଥମ ଥର ପାଇଁ ଗୁଗଲି ବୋଲିଂ କରିଥିଲେ। କିନ୍ତୁ ରୋହିତ ଶର୍ମା ପ୍ରଥମ ବଲ୍ରୁ ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ରୋହିତ ଶର୍ମା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ର ପ୍ରଥମ ବଲରେ ଛକା ମାରିଥିଲେ। ତେବେ ରୋହିତ ଶର୍ମା ଆରମ୍ଭରୁ ଭଲ ଖେଳିଥିଲେ ମଧ୍ୟ ଏହାକୁ ଏକ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ରୋହିତ ଶର୍ମା ୧୨ବଲରେ ମାତ୍ର ୧୨ରନ ସ୍କୋର କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହି ମ୍ୟାଚ୍ରେ ରୋହିତ ଦ୍ୱିତୀୟ ଭାରତୀୟ ତଥା ବିଶ୍ୱୀ ନବମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୯ ହଜାର ରନ୍ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଏହି ପାଳି ଯୋଗୁ ଭାରତ ୮ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଥିଲା।