Categories: ଖେଳ

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଭାଙ୍ଗି ପାରନ୍ତି କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ

ନୂଆଦିଲ୍ଲୀ, ୦୭।୦୮: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌ର ଆଜି ଶେଷ ଦିନ ଅର୍ଥାତ ଆଜି ଶେଷ ମ୍ୟାଚ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଟାଇ ହୋଇଯାଇଥିଲା । ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ହେଲେ ବର୍ତ୍ତମାନ ଭାରତ ଆଗରେ ବଡ଼ ସୁଯୋଗ ରହିିଛି । ଶେଷ ମ୍ୟାଚ୍‌ ଜିତି ସିରିଜ୍‌ ବରାବର କରିବାକୁ ଚେଷ୍ଟା କରିବ ଭାରତ ।

ଏହାରି ଭିତରେ କ୍ରିକେଟ୍‌ପ୍ରେମୀଙ୍କ ନଜର କ୍ୟାପ୍ଟେନ୍‌ ରୋହିତ ଶର୍ମାଙ୍କ ଉପରେ ରହିଛି । ଦୁଇଟି ଯାକ ମ୍ୟାଚ୍‌ରେ ରୋହିତ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ରୋହିତଙ୍କ ପାଖରେ ତୃତୀୟ ମ୍ୟାଚ୍‌ରେ କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି । ବିଶ୍ୱ କ୍ରିକେଟର ସବୁଠାରୁ ବେଷ୍ଟ୍‌ ଓପନିଂ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମାଙ୍କୁ ଗଣାଯାଏ। ଏହି କାରଣରୁ ରୋହିତଙ୍କୁ ହିଟମ୍ୟାନ ମଧ୍ୟ କୁହାଯାଏ। ଯଦି ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ରୋହିତ ଶର୍ମା ନିଜର ଫର୍ମ ବଜାୟ ରଖିବାରେ ସଫଳ ହୁଅନ୍ତି ଏବଂ ୨ଟି ଛକା ମାରଛନ୍ତି, ତେବେ ସେ ଓଡିଆଇରେ ସର୍ବାଧିକ ଛକା ମାରିବା କ୍ଷେତ୍ରରେ ସାହିଦ ଆଫ୍ରିଦିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିବେ।

ସମ୍ପ୍ରତି ରୋହିତଙ୍କ ନାମରେ୨୬୪ଟି ମ୍ୟାଚରେ ୩୩୦ ଛକା ରହିଛି ଏବଂ ସେ ତୃତୀୟ ସ୍ଥାନରେ ଥିବାବେଳେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ ଦଳର ପୂର୍ବତନ ଖେଳାଳି କ୍ରିସ ଗେଲ ଅଛନ୍ତି । ତାଙ୍କର ୩୩୧ ଛକା ମାରିବାର ରେକର୍ଡ ରହିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା ସହିଦ ଆଫ୍ରିଦିଙ୍କ ଓଡିଆଇରେ ୩୫୧ ଛକା ମାରିବାର ରେକର୍ଡ ରହିଛି।

Share