Categories: ଖେଳ

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍‌ରେ ପଛରେ ପଡ଼ିବେ ଜୋ ରୁଟ୍‌

ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ। ଟେଷ୍ଟ ସିରିଜରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ବଡ଼ ସୁଯୋଗ ରହିଛି । ମାତ୍ର କିଛି ରନ୍‌ରେ ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇପାରିବେ । ରୋହିତ ଏବେ ଭଲ ଫର୍ମରେ ଅଛନ୍ତି ଏବଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟର ୪୮୩ଟି ମ୍ୟାଚରେ ରୋହିତ ଶର୍ମା ୧୯,୨୩୪ ରନ କରିଛନ୍ତି। ଯଦି ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୨୦୯ ରନ ସ୍କୋର କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାରେ ଜୋ ରୁଟ୍‌ଙ୍କୁୁ ଅତିକ୍ରମ କରିବେ। ରୁଟ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୯୪୪୨ ରନ ସଂଗ୍ରହ କରିଛନ୍ତି।

ଏହାଛଡ଼ା ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ପଛରେ ପକାଇବାର ସୁଯୋଗ ରହିଛି । ଆନ୍ତର୍ଜାତୀୟ କ୍ରିକେଟରେ ଉଭୟ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ ୪୮-୪୮ ଶତକ ହାସଲ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଶତକ ହାସଲ କରିବା ପରେ ରାହୁଲ ଦ୍ରାବିଡଙ୍କୁ ଅତିକ୍ରମ କରିବେ। ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଭାରତ ପାଇଁ ଚତୁର୍ଥ ସର୍ବାଧିକ ରନ ସ୍କୋରର । ତାଙ୍କ ଅପେକ୍ଷା ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ଭାରତ ପାଇଁ ଅଧିକ ରନ ସଂଗ୍ରହ କରିଛନ୍ତି।

Share