ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟର ଲିଗ୍ ମ୍ୟାଚ୍ ରବିବାରଠାରୁ ଦୁବାଇରେ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ମ୍ୟାଚ୍ରେ ରୋହିତ ଶର୍ମା ଖେଳୁ ନ ଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେଉଛନ୍ତି କିରନ ପୋଲାର୍ଡ।
ବ୍ୟାଟିଂ ପାଇଁ ପିଚ୍ ଭଲ ଦେଖାଯାଉଛି। ପ୍ରତିପକ୍ଷ ଦଳ ଆଗରେ ଏକ ଟାର୍ଗେଟ ଛିଡ଼ା କରିବା ଏକ ଭଲ ବିକଳ୍ପ ହେବ ବୋଲି ଟସ୍ ଜିତିବା ପରେ ଧୋନୀ କହିଛନ୍ତି।