Categories: ଖେଳ

ସିରିଜ୍‌ ହାରିବା ପରେ ବି ୱାନ୍‌ଡେରେ କମାଲ୍‌ କରିଛନ୍ତି ରୋହିତ୍‌, ଏହି ଲିଷ୍ଟ୍‌ରେ ସବୁଠାରୁ ଆଗରେ…

ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍‌ଡେ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍‌କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍‌ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଏବଂ ତୃତୀୟ ମ୍ୟାଚ୍‌ ୧୧୦ ରନ୍‌ର ବ୍ୟବଧାନରେ ଶ୍ରୀଲଙ୍କା ଜିତିନେଇଛି । ଭାରତ ସିରିଜ୍‌ ହାରିଥିଲେ ମଧ୍ୟ କ୍ୟାପ୍ଟେନ୍‌ ରୋହିତ ଶର୍ମାଙ୍କ କମାଲ୍‌ ଏଥିରେ ଦେଖିବାକୁ ମିଳିଛି। ରୋହିତ ୩ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ୩ ପାଳିରେ ୧୫୭ ରନ୍‌ କରିଛନ୍ତି।

୨୦୨୪ରେ ରୋହିତ ଶର୍ମାଙ୍କ ୱାନ୍‌ଡେ ଫର୍ମାଟରେ ଆଭରେଜ୍‌ ରନ୍‌ ରେଟ୍‌ ୫୨.୩୩ ରହିଛି । ଏଥିସହିତ ରୋହିତ ତାଙ୍କ ୱାନ୍‌ଡେ କ୍ୟାରିୟରରେ ଗୋଟିଏ ବର୍ଷରେ ୫୦ରୁ ଅଧିକ ରନ୍‌ରେଟ୍‌ ରଖିବାରେ ରେକର୍ଡ କରିଛନ୍ତି। ୧୧ ଥର ୫୦ ଅଧିକ ରନ୍‌ ରେଟ୍‌ ରଖିଛନ୍ତି ରୋହିତ୍‌ ।
ତେବେ ଏହି କ୍ରମରେ ରହିଛନ୍ତି-

ରୋହିତ ଶର୍ମା – ୧୧ ଥର

ବିରାଟ କୋହଲି – ୯ ଥର

ମହେନ୍ଦ୍ର ସିଂ ଧୋନି – ୮ ଥର

ରାସ୍‌ ଟେଲର – ୮ ଥର

ଏବି ଡିଭିଲିୟର୍ସ -୮ ଥର

ସଚିନ୍‌ ତେନ୍ଦୁଲକର -୭ ଥର

ମାଇକେଲ୍‌ ବେବନ୍‌- ୭ ଥର

Share