Categories: ଖେଳ

ଟସ୍‌ ଜିତିବା ପରେ ବି ଦୁଃଖି ନଜର ଆସିଲେ ରୋହିତ, କାରଣ କିଛି ଏଭଳି…

ଅହମ୍ମଦାବାଦ,୧୪।୧୦: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ବିଶ୍ୱକପ୍‌ ୨୦୨୩ର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ରୋହିତଙ୍କ ସହ ପୁରା ଟିମ୍‌ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିବା ବେଳେ ତାହା ହିଁ ହୋଇଥିଲା। ମାତ୍ର ସେ ଟସ୍‌ ପରେ ଦୁଃଖି ନଜର ଆସିଥିଲେ। ତେବେ ସେ ଏହାର କାରଣ କହିଛନ୍ତି। ଶୁଭମନ ଗିଲ ଡେଙ୍ଗୁରୁ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି। ତାଙ୍କୁ ଈଶାନ କିଶନଙ୍କ ସ୍ଥାନରେ ଦଳରେ ସୁଯୋଗ ମିଳିଛି। ଏବେ ଈଶାନଙ୍କୁ ବାହାର କରିବା ହିଁ ରୋହିତଙ୍କ ଦୁଃଖର କାରଣ ବୋଲି ଜଣାପଡ଼ିଛି।

ଟସ୍‌ ସମୟରେ ରୋହିତ କହିଛନ୍ତି, ଈଶାନଙ୍କ କଥା ଭାବିଲେ ଖରାପ ଲାଗୁଛି। କାରଣ ଦଳର ଆବଶ୍ୟକତା ବେଳେ ସେ ଛିଡ଼ା ହୋଇଥିଲେ। ହେଲେ ଏହି ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦେଇଛୁ। ଗିଲ ଜଣେ ସ୍ବତନ୍ତ୍ର ଖେଳାଳି। ବିଶେଷକରି ଏହି ମ୍ୟାଚ୍‌ରେ ସେ ଗିଲଙ୍କୁ ଖେଳାଇବାକୁ ଚାହୁଁଥିଲେ। କାରଣ ସେ ଗୁଜରାଟ ଟାଇଟନ୍ସ ଲାଗି ଖେଳନ୍ତି। ଏହା ଆଇପିଏଲ୍‌ର ଟିମ୍‌ର ଘରୋଇ ମଇଦାନ ଅଟେ। ତାଙ୍କୁ ଅନୁଭବକୁ ଦେଖି ଦଳରେ ସୁଯୋଗ ମିଳିଥିବା ରୋହିତ କହିଛନ୍ତି।

Share