Categories: ଖେଳ

କେ.ଏଲ୍‌. ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଯିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ରୋହିତ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ରୁ ଇନ୍ଦୋରରେ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ଲାଗି କେ.ଏଲ୍‌. ରାହୁଲଙ୍କ ଫର୍ମ ସହ ଉପ-ଅଧିନାୟକ ପଦରୁ ହଟାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

ମ୍ୟାଚ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, କାହାକୁ ଉପ-ଅଧିନାୟକ ପଦରୁ ହଟାଯିବାର ଅନ୍ୟ କୌଣସି ଅର୍ଥ ବାହାର କରାଯିବା ଉଚିତ ନୁହେଁ। ପୂର୍ବରୁ ଚୟନକର୍ତ୍ତାମାନେ ଅବଶିଷ୍ଟ ଦୁଇଟି ଟେଷ୍ଟ ମ୍ୟାଚ୍‌ ପାଇଁ ଦଳ ଘୋଷଣା କରିବାବେଳେ କେ.ଏଲ୍‌ଙ୍କ ନାମ ସେଥିରେ ଥିଲା। ହେଲେ ତାଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ତେବେ ତାଙ୍କୁ ଉପ-ଅଧିନାୟକ କରାଯାଇଥିଲା କାରଣ ସେହି ସମୟରେ ଦଳରେ ତାଙ୍କଠାରୁ ଅଧିକ ଅଭିଜ୍ଞ କେହି ନ ଥିଲେ। ଏହା ଏକ ବଡ କଥା ନୁହେଁ ବୋଲି ରୋହିତ କହିଛନ୍ତି।

କେ.ଏଲ୍‌ ବାଦ୍‌ ପଡ଼ିଲେ ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଇନ୍ଦୋର ଟେଷ୍ଟରେ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ରୋହିତ କହିଛନ୍ତି ଯେ ଦଳରେ ଉପସ୍ଥିତ ଥିବା ୧୭ ଜଣ ଖେଳାଳି ଖେଳିବାର ସୁଯୋଗ ପାଇପାରିବେ। ଯେଉଁମାନେ ଅଧିକ ପ୍ରତିଭାଶାଳୀ ସେମାନଙ୍କୁ ଦଳ ସୁଯୋଗ ଦେଇଥାଏ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ରୋହିତ ଶର୍ମା ଚତୁର୍ଥ ଟେଷ୍ଟରେ ପିଚ୍‌ ବିଷୟରେ ମଧ୍ୟ ଏକ ବଡ଼ କଥା କହିଛନ୍ତି। ଯଦି ଇନ୍ଦୋରରେ ଇଚ୍ଛାକୃତ ଫଳାଫଳ ମିଳେ ତେବେ ଅହମ୍ମଦାବାଦ ପିଚକୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପ୍ରସ୍ତୁତି ଭାବରେ ରଖାଯାଇପାରିବ।

Share