Categories: ଖେଳ

ପ୍ରଥମ ଭାରତୀୟ ଭାବେ ରେକର୍ଡ କରିବାକୁ ଯାଉଛନ୍ତି ରୋହିତ

ଅହମ୍ମଦାବାଦ,୮।୨: ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍‌ ପଡ଼ିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୪ ବର୍ଷୀୟ ଓପନର ୫୧ ବଲରେ ଖେଳିଥିଲେ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ। ପାଳିରେ ୧୦ ଚୌକା ଓ ଏକ ଛକା ସାମିଲ ଥିଲା। ଏଥିସହିତ ଦିନିକିଆରେ ରୋହିତଙ୍କ ଛକା ସଂଖ୍ୟା ୨୪୫ରେ ପହଞ୍ଚିଛି। ପ୍ରଥମ ଭାରତୀୟ ଭାବେ ୫୦ ଓଭରିଆ ଫର୍ମାଟରେ ୨୫୦ ଛକା ପୂରଣ କରିବା ପାଇଁ ରୋହିତଙ୍କୁ ମାତ୍ର ୫ ଛକା ଦରକାର।

ଦିନିକିଆରେ ସର୍ବାଧିକ ଛକା ଲଗାଇଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ରୋହିତଙ୍କ ଆଖପାଖରେ କୌଣସି ଖେଳାଳି ନାହାନ୍ତି। ତାଙ୍କ ପଛକୁ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(୨୨୯ ଛକା)।

Share