ନୂଆଦିଲ୍ଲୀ,୧୦।୧୧: ଭାରତର ଦିନିକିଆ ଦଳର ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଅଧିନାୟକ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଅଧିନାୟକଙ୍କ ୨୦ ପ୍ରତିଶତ କାର୍ଯ୍ୟ ପଡ଼ିଆରେ ଏବଂ ବାକି ରଣନୀତିରେ ଅଛି। ପ୍ରତ୍ୟେକ ଅଧିନାୟକ ଚାହାଁନ୍ତି ଯେ ତାଙ୍କ ଖେଳାଳିମାନେ ବଡ଼ ଆଇସିସି ମ୍ୟାଚଗୁଡିକର ନିର୍ଣ୍ଣାୟକ ଅବସ୍ଥାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ ରୁହନ୍ତୁ। ଦଳକୁ ସବୁବେଳେ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ ଆବଶ୍ୟକ ରହିଛି। ସେ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। ମୋର କାମ ବାହାରେ ଅଧିକ ହେବ। ଦଳ ପରିଚାଳନାରେ ଏକ ଦୃଢ ଦଳ ଗଠନ ଆବଶ୍ୟକ ବୋଲି ସେ କହିଛନ୍ତି।