Categories: ଖେଳ

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା

ସେଞ୍ଚୁରିଅନ୍‌,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟ୍ଷେଟ ସିରିଜ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି ଅବସରରେ ସେ ଗତ ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି।
ରୋହିତ କହିଛନ୍ତି, ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ , ସେଠାରୁ ହାରିବା ବେଶ୍‌ କଠିନ ଥିଲା। ଆରମ୍ଭରୁ ୧୦ଟି ମ୍ୟାଚ୍‌ ଆମେ ଚମତ୍କାର ପ୍ରଦର୍ଶନ କରିଥିଲୁ। ଫାଇନାଲ୍‌ରେ ଏମିତି ହୋଇପାରିଲା ନାହିଁ। ଏମିତି ପରାଜୟରୁ ବାହାରିବା କଷ୍ଟକର ହୋଇଥାଏ। କିନ୍ତୁ ଆଜିକାଲି ଅଧିକ କ୍ରିକେଟ୍‌ ଖେଳାଯାଉଛି, ଏଥିପାଇଁ ଆଗକୁ ବଢିବାକୁ ହେବ। ଏହା ମୋ ପାଇଁ ମଧ୍ୟ ଆଗକୁ ବଢିବା କଷ୍ଟକର। ଆମକୁ ବାହାରୁ ବହୁତ ସମର୍ଥନ ମିଳିଛି। ଏହା ଆମକୁ ବହୁତ ପ୍ରେରଣା ଦେଇଛି।
ଦକ୍ଷିଣ ଆଫ୍ରିକାରେ ଆମେ କେବେ ସିରିଜ୍‌ ଜିତିନାହୁଁ। ଆମେ ଯଦି ଏଠାରେ ସିରିଜ୍‌ ଜିତୁ ତେବେ ସବୁକିଛି ଭଲ ହେବ। ସମସ୍ତେ ପରିଶ୍ରମ କରୁଛୁ ବୋଲି ରୋହିତ କହିଛନ୍ତି।

Share