Categories: ଖେଳ

ମ୍ୟାଚ୍‌ ପୂର୍ବରୁ ରୋହିତଙ୍କ ରଣହୁଙ୍କାର: ଯୋଜନା ପ୍ରସ୍ତୁତ; ଆମେ ନ ଡ଼ରି…

ଦୁବାଇ,୨୭।୮: ରବିବାରଠାରୁ ଏସିଆ କପ୍‌ରେ ଭାରତ ନିଜର ଯାତ୍ରା ଆରମ୍ଭ କରିବ। ଭାରତ ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ପରସ୍ପର ପ୍ରତିନ୍ଦ୍ୱନ୍ଦ୍ୱୀ ଥିବା ଉଭୟ ଦଳର ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି। ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ମୁକାବିଲା ନିମନ୍ତେ ଦଳର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି।

ରୋହିତ କହିଛନ୍ତି, ଆମେ ନିଜର ଯୋଜନା ମୁତାବକ କାର୍ଯ୍ୟ କରିବୁ। ହେଲେ ସେଥିରେ କିଛି ନୂଆ ଜିନିଷ ଅଛି। ଯେଉଁଥିରେ ଆମେ ସଫଳ ବି ହୋଇପାରୁ ନଚେତ ବିଫଳ। ହେଲେ ଆମେ ଡରିବୁ ନାହିଁ ଏବଂ ଆମର ଯୋଜନା ଉପରେ କାମ କରିବୁ। ପିଚ୍‌ ଦେଖିଛୁ। ସେଥିରେ ବହୁତ ଘାସ ଅଛି। ଏମିତିରେ ଦେଖିବାକୁ ହେବ ଯେ ମ୍ୟାଚ୍‌ ଦିନ ପିଚ୍‌ କିଭଳି ରହୁଛି। ତଦନୁଯାୟୀ ଭାରତ ଏକାଦଶ ବଛାଯିବ। ଆମ ଟିମ୍‌ରେ ଜସପ୍ରିତ ବୁମ୍‌ରା ନାହାନ୍ତି, ତାଙ୍କ ପାଖରେ ଶାହିନ ମଧ୍ୟ ନାହାନ୍ତି। ଏଣୁ ଯାହାକୁ ସୁଯୋଗ ମିଳିବ ସେ ଭଲ କରିବାକୁ ଚେଷ୍ଟା କରିବେ।

ଏହାଛଡ଼ା ବିରାଟକୁ ନେଇ ଅଧିନାୟକ କହିଛନ୍ତି, କରୋନା ପରେ ବହୁତ କିଛି ବଦଳି ଯାଇଛି। ପ୍ରତିଟି ଖେଳାଳିକୁ ବାୟୋ ବବଲରେ ରହିବାକୁ ପଡ଼ୁଥିଲା। କୋହଲି ଏବେ ନେଟ୍ସରେ ଭଲ ଲାଗୁଥିଲେ। ସେ ବ୍ରେକ୍‌ ପରେ ଫେରିବା ପରେ ତାଙ୍କ ପାଖରେ ଫ୍ରେସନେସ୍‌ ରହିଛି ବୋଲି ସେ କହିଛନ୍ତି।

Share