Categories: ଖେଳ

କ୍ଲିନ୍‌ ବୋଲ୍ଡ ହେଲେ କୋହଲି, ଏଭଳି ପ୍ରତିକ୍ରିୟା ଦେଲେ ଅଧିନାୟକ

ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ ବିରାଟଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଥିଲା। ଦେଢ଼ ବର୍ଷ ଧରି ତାଙ୍କ ପ୍ରଶଂସକ ଶତକ ଅପେକ୍ଷାରେ ରହିଥିବା ବେଳେ ସ୍ବତନ୍ତ୍ର ମ୍ୟାଚ୍‌ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ କୋହଲି ୪୫ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାସତ୍ତ୍ୱେ ସେ ୮୦୦୦ରନ୍‌ କ୍ଲବରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି।

ଯେତେବେଳେ ବିରାଟଙ୍କ ମଇଦାନକୁ ଆସିଥିଲେ ସେ ପୂରା ଲୟରେ ଥିବା ଜଣାପଡ଼ିଥିଲା। ସେ ୫ ଚୌକା ମାରି ମଇଦାନରେ ଜମିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବୋଲ୍ଡ ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ବସିବା ସ୍ଥାନରୁ ଉଠି ମୁଣ୍ଡରେ ହାତ ଦେଇଥିଲେ। ଏବେ ରୋହିତଙ୍କ ଏହି ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି। ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ନେଇ ଖବର ଶୁଣିବାକୁ ମିଳୁଥିଲେ ହେଁ ଏହି ଚିତ୍ର ଆଉ କିଛି କହୁଥିବା ନେଇ ଚର୍ଚ୍ଚା ହେଉଛି।

ଦେଖନ୍ତୁ ଭିଡିଓ:

Share