Posted inଖେଳ

ବୁମ୍‌ରାଙ୍କୁ ଉପଅଧିନାୟକ କରିବା ପଛର ରହସ୍ୟ ଖୋଲିଲେ ରୋହିତ ଶର୍ମା: ,ସବୁ ପଛରେ…

ବେଙ୍ଗାଲୁରୁ,୧୬।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହେଉଛ। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ, ଏହା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କିୱି ଦଳ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରିଛନ୍ତି। ବିରୋଧୀ ଦଳ ପରିବର୍ତ୍ତେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ତାଙ୍କର ଧ୍ୟାନ ରହିବ ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ଜସପ୍ରୀତ ବୁମ୍‌ରାଙ୍କୁ ଉପ-ଅଧିନାୟକ କରାଯିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ରୋହିତ ଶର୍ମା କହିଛନ୍ତି, ବିଭିନ୍ନ ଦଳ ଆମ ପାଇଁ ଭିନ୍ନ ଚ୍ୟାଲେଞ୍ଜ ଉପସ୍ଥାପନ କରନ୍ତି। ନ୍ୟୁଜିଲାଣ୍ଡ ଏକ ଭିନ୍ନ ଦଳ ଏବଂ ସେମାନେ ଆମ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ, କିନ୍ତୁ ଆମେ ସେମାନଙ୍କ ସହ ଅନେକ କ୍ରିକେଟ ଖେଳିଛୁ। ଆମେ ସେମାନଙ୍କ ଖେଳାଳି, ସେମାନଙ୍କର ଶକ୍ତି ଜାଣୁ। ଆମେ ଆମର ଦୁର୍ବଳତା ବିଷୟରେ ଅବଗତ ଅଛୁ। ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ଜସପ୍ରୀତ ବୁମ୍‌ରାଙ୍କୁ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ବୁମ୍‌ରାଙ୍କ ବିଷୟରେ ରୋହିତ ଶର୍ମା ଏକ ବିବୃତ୍ତି ଦେଇଛନ୍ତି, ତାଙ୍କୁ ଉପଅଧିନାୟକ କରିବା ହେଉଛି ପରିଚାଳନାର ଦୀର୍ଘମିଆଦୀ ନେତୃତ୍ୱ ଭୂମିକା ଯୋଜନା ମଧ୍ୟରୁ ଅନ୍ୟତମ। ବୁମରା ଯୁବକମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକ ସମୟରେ ବୁମରା ଭାରତୀୟ ଦଳର ଦାୟିତ୍ୱ ନେବା କ୍ଷମତା ରଖିଛନ୍ତି।

ନିକଟରେ ଟେଷ୍ଟ ସିରିଜରେ ଭାରତ ନିକଟରେ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ନୂଆ ବୋଲିଂ କୋଚ ନିଯୁକ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କିଏ ହେଲେ…

ମୁମ୍ବାଇ,୧୬।୧୦: ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ମୁମ୍ବାଇ ଦଳ ପାଇଁ ଏକ ନୂଆ ବୋଲିଂ କୋଚ ନିଯୁକ୍ତ...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ବେଙ୍ଗାଲୁରୁ, ୧୬।୧୦ (ପି.ଟି.):ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ବୁଧବାର ଏଠାରେ ଆରମ୍ଭ ହେବ। ସିରିଜରେ ୩ଟି ଟେଷ୍ଟ ଖେଳାଯିବାକୁ...

‘ପରିବର୍ତନ କରିବାର ସମୟ ଆସିଛି’: ହର୍ମନପ୍ରୀତଙ୍କୁ ବିଦା କରିବାକୁ ଦାବି କଲେ ମିଥାଲି ରାଜ

ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଦଳର କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଁଛନ୍ତି ଯେ, ‘ହରମାନପ୍ରୀତ କୌରଙ୍କୁ...

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ...

ଷ୍ଟାର୍‌ ଫୁଟ୍‌ବଲ୍‌ କିଲିଆନ୍‌ ଏମ୍‌ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍,...

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି

ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ର ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri