Categories: ଖେଳ

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ସୋମବାର ଏକ ଶକ୍ତ ଧକ୍କା ଲାଗିଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଉପଅଧିନାୟକ ରୋହିତ ଶର୍ମା। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବାଇଠାର୍ଗେତ ଏକ ସପ୍ତାହ ହେଲା ଚାଲିଥିବା ଟିମ୍‌ ଇଣ୍ଡିଆର ନେଟ୍‌ ସେସନ ବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏଣୁ ତାଙ୍କୁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜ୍‌ରୁ ବାଦ୍‌ ଦିଆଯାଇଥିବା ଘୋଷଣା କରିଛି ବିସିସିଆଇ। ତେବେ ଟେଷ୍ଟ ସିରିଜ୍‌ ପରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଅଧିନାୟକ ରୋହିତ ଉପଲବ୍ଧ ହେବେ ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଅଭିଜ୍ଞ ଓପନରଙ୍କ ବଦଳରେ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ପ୍ରିୟଙ୍କ ପାଞ୍ଚଲ। ନିକଟରେ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷରେ ଶେଷ ହୋଇଥିବା ଅନ୍‌ଅଫିସିଆଲ ଟେଷ୍ଟ ସିରିଜ୍‌ରେ ସେ ଭାରତ ଏ’ର ନେତୃତ୍ୱ ନେଇଥିଲେ।

Share