Categories: ଖେଳ

ପରାଜୟର ପ୍ରକୃତ କାରଣ କହିଲେ ରୋହିତ ଶର୍ମା

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ପାକିସ୍ତାନ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା। ଏହିପରି ଭାବରେ ମ୍ୟାଚ ଜିତିବା ପାଇଁ ପାକିସ୍ତାନକୁ ୨୦ ଓଭରରେ ୧୮୨ ରନ ସଂଗ୍ରହ କରିବାରଥିଲା। ପାକିସ୍ତାନ ୧୯.୫ ଓଭରରେ ୫ ଉଇକେଟ ହରାଇ ମ୍ୟାଚ ଜିତିଥିଲା। ପାକିସ୍ତାନ ପାଇଁ ଉଇକଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ୪ଟି ଚୌକା ଓ ୬ଟି ଛକା ସହାୟତାରେ ୫୧ ବଲରେ ୭୧ ରନର ଚମତ୍କାର ଇନିଂସ ଖେଳିଥିଲେ।
ଏଥି ସହିତ ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଉଭୟ ଦଳ ପାଇଁ ଏକ ୁରୁତ୍ୱପୂର୍ଣ୍ଣ ମ୍ୟାଚ। ମହମ୍ମଦ ରିଜୱାନ ଏବଂ ମହମ୍ମଦ ନୱାଜ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ସହଭାଗୀତା ମ୍ୟାଚର ଗତି ବଦଳାଇଥିଲା। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହୋଇଯାଇଥିଲା, କିନ୍ତୁ ଆମ ଭୁଲରୁ ଏହା ଶିଖିବା ଆମ ପାଇଁ ଏକ ବଡ଼ ସୁଯୋଗ। ପ୍ରଥମେ ମୁଁ ଭାବିଲି ଏହା ଏକ ଭଲ ସ୍କୋର, କିନ୍ତୁ କ୍ରେଡିଟ ପାକିସ୍ତାନକୁ ଯାଉଛି। ଆମ ଅପେକ୍ଷା ପାକିସ୍ତାନ ଦଳ ଭଲ କ୍ରିକେଟ ଖେଳିଥିଲା। ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ଉଇକେଟ ଭୁଲ ସମୟରେ ପତ୍ତନ ହୋଇଥିଲା।
ବର୍ତ୍ତମାନ ମଙ୍ଗଳବାର ଭାରତ ଏସିଆ କପ ୨୦୨୨ ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କାକୁ ଭେଟିବ।

Share