Categories: ଖେଳ

ଭାରତର ବୃହତ୍‌ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା

କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୨୨୮ ରନ୍‌ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁତ ଖୁସି ମନେ ହେଉଥିଲେ। ଏହି ବିଜୟରେ ଯୋଗଦାନ କରିଥିବା ସମସ୍ତ ଖେଳାଳିଙ୍କ ବିଷୟରେ ରୋହିତ କହିଥିଲେ।
ବର୍ଷା ମ୍ୟାଚରେ ଅନେକ ଅସୁବିଧା ସୃଷ୍ଟି କରିଥିଲା। ଗ୍ରାଉଣ୍ଡମ୍ୟାନଙ୍କ ଉଦ୍ୟମ ଯୋଗୁ ମ୍ୟାଚ ସମ୍ଭବ ହୋଇପାରିଥିଲା। ପୁରା ଦଳ ତରଫରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ରୋହିତ ମ୍ୟାଚ୍‌ ପରେ କହିଛନ୍ତି।
ଦଳର ପ୍ରଦର୍ଶନକୁ ନେଇ ସେ କହିଛନ୍ତି, ଗତକାଲିଠାରୁ ବହୁତ ଭଲ ପ୍ରଦର୍ଶନ ଥିଲା। ଭଲ ଓପନିଂ ପରେ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଦଳକୁ ଆଗକୁ ନେଇଥିଲେ। ବିରାଟଙ୍କ ଇନିଂସ ବହୁତ ଚମତ୍କାର ଥିଲା। କେ.ଏଲ ଆଘାତରୁ ଫେରି ଭଲ ଖେଳିଥିଲେ। ଟସ୍‌ର ୫ ମିନିଟ ପୂର୍ବରୁ ଜାଣିଥିଲେ ଯେ ସେ ଖେଳୁଛନ୍ତି। ତାହା ସତ୍ତ୍ୱେ ଏପରି ଖେଳିବା ଖେଳାଳିଙ୍କ ମାନସିକତାକୁ ଦର୍ଶାଏ।

Share