Categories: ଖେଳ

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି, ଜାଣି ନ ପାରି ଫସିଗଲି

ନୂଆଦିଲ୍ଲୀ,୧୮।୧୧: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଟିମ୍‌ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ରୋହିତ ବିସ୍ଫୋରକ ପାଳି ଖେଳିଥିଲେ ହେଁ ଅର୍ଦ୍ଧଶତକ କରିପାରି ନ ଥିଲେ। ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଆଉଟ୍‌ କରିଦେଇଥିଲେ। ତେବେ ମ୍ୟାଚ୍‌ ପରେ ରୋହିତ ଏନେଇ ମଜାଦାର କଥା କହିଛନ୍ତି।

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି। ମୁଁ ତାଙ୍କ ଶକ୍ତି କ’ଣ ତାହା ବି ଜାଣେ। ଯେତେବେଳେ ଆଇପିଏଲ୍‌ରେ ମୁଁ ତାଙ୍କ ଅଧିନାୟକ ଥାଏ,ସେତେବେଳେ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ‘ବ୍ଲଫ୍‌’ କରିବାକୁ କହିଥାଏ। ସେ ମ୍ୟାଚ୍‌ରେ ତାହା ହିଁ କରିଛନ୍ତି। ଯେଉଁ ବଲ୍‌ ଆଶା କରିଥିଲି ସେ ତାର ବିପରିତ ବଲ୍‌ ପକାଇଥିଲେ। ଫଳରେ ଫସି ଯାଇଥିଲି ବୋଲି ରୋହିତ କହିଛନ୍ତି।

Share