Posted inଖେଳ

କୋହଲିଙ୍କ ସହ ଓପନିଂକୁ ନେଇ ଏଭଳି କହିଲେ ‘ହିଟ୍‌ମ୍ୟାନ୍‌’: ଭଲ ପରିଣାମ ଆସିଲେ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର ଭାବେ ବିଫଳ ହେବା ପରେ କେ.ଏଲ୍‌ ରାହୁଲଙ୍କ ସ୍ଥାନରେ ଖେଳିବା ପାଇଁ କୋହଲି ଓହ୍ଲାଇଥିଲେ। ଏହି ଯୋଡ଼ଇ ମାତ୍ର ୫୪ ବଲ୍‌ରେ ୯୪ରନ୍‌ର ଭାଗିଦାରୀ କରି ଦଳର ସ୍କୋରକୁ ମଜଭୂତ କରିଥିଲେ। ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ଉଇକେଟ ହରାଇ ୨୨୪ ରନ୍‌ କରିଥିଲା। କୋହଲିଙ୍କ ଓପନିଂ ବରଦାନ ସଦୃଶ ହେବା ଯୋଗୁ ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିଲା। ତେବେ ଏବେ ରୋହିତ କୋହଲିଙ୍କ ଚୟନ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ମ୍ୟାଚ୍‌ ଜିତିବାର ଅନୁଭୂତି ରୋମାଞ୍ଚକର ଥିଲା। ମ୍ୟାଚ୍‌ ବେଳେ ଅଧିନାୟକ କ’ଣ ଭାବୁଛନ୍ତି ତାହା ଉପରେ ସବୁକିଛି ନିର୍ଭର କରେ। ଦଳ ପାଇଁ କ’ଣ ଭଲ ହେଉଛି ତାହା ଦେଖିବା ଉଚିତ। ଯଦି କୋହଲି ମୋ’ ସହ ଓପନିଂ କରିବା ଦ୍ୱାରା ଭଲ ପରିଣାମ ମିଳୁଛି ତେବେ ଆମେ ଏହି ଯୋଜନା ଅନୁଯାୟୀ ଆଗକୁ ବଢ଼ିବାକୁ ହେବ। ବାହାରେ କ’ଣ କଥା କୁହାଯାଉଛି, ସେ ବିଷୟରେ ଆମେ ଚିନ୍ତା କରୁନାହୁଁ। ଲୋକମାନେ କାହାକୁ ଖେଳାଇବା ଉଚିତ, କାହାକୁ ନୁହେଁ ସେ ବିଷୟରେ ଭାବିଥାନ୍ତି। ହେଲେ ତାହା ଆମପାଇଁ କିଛି ନୁହେଁ। ଖେଳାଳି ଫର୍ମରେ ଥିଲେ ଏବଂ ଭଲ ଖେଳୁଥିଲେ ତାଙ୍କୁ ଦଳରେ ସୁଯୋଗ ଦେବା ଉଚିତ। ଆମେ ଏବେ ଏହା ଉପରେ ଧ୍ୟାନ ଦେଉଛୁ। ବିଶ୍ୱକପ୍‌ ଆସୁଛି, ତେଣୁ ସବୁତକ ଧ୍ୟାନ ସେ ଦିଗରେ ଦିଆଯାଉଛି ବୋଲି ରୋହିତ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri