Categories: ଖେଳ

ଫାଇନାଲରେ ପରାଜୟ ପାଇଁ ଦାୟୀ କିଏ କହିଲେ ରୋହିତ ଶର୍ମା…

ଅହମଦାବାଦ,୨୦।୧୧ : ରବିବାର ଅଷ୍ଟ୍ରେଲିଆଠାରୁ ୬ୱିକେଟ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଶ୍ୱକପ ଫାଇନାଲରେ ବ୍ୟାଟିଂ ଭଲ ନ ଥିଲା ଯେଉଁଥିପାଇଁ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ। କିନ୍ତୁ ପୁରା ଦଳ ପାଇଁ ମୁଁ ଗର୍ବିତ। ଖେଳ ପରେ ଫାଇନାଲରେ ପରାଜୟ ପାଇଁ ଦାୟୀ କିଏ ତାହା ସେ କହିଛନ୍ତି।
ମ୍ୟାଚ ପରେ ରୋହିତ କହିଛନ୍ତି, ଯଦିଓ ଫଳାଫଳ ଆମ ସପକ୍ଷରେ ନ ଥିଲା, ଆମେ ଜାଣୁ ଆଜି ଆମ ପାଇଁ ଆଜିର ଭଲ ଦିନ ନ ଥିଲା। ଭାରତୀୟ ଦଳ ୨୪୦ ରନ ସ୍କୋରରେ ସୀମିତ ଥିଲା ଏବଂ ଏହି ଲକ୍ଷ୍ୟକୁ ହାସଲ କରିବାରେ ପ୍ରତିପକ୍ଷ ଟିମକୁ ରୋକିବା କଷ୍ଟକର ଥିଲା। କିନ୍ତୁ ସତ କହିବାକୁ ଗଲେ ସ୍କୋରରେ ୨୦-୩୦ ରନ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ଯେତେବେଳେ କେ.ଏଲ ରାହୁଲ ଏବଂ ବିରାଟ ବ୍ୟାଟିଂ କରୁଥିଲେ, ଲାଗୁଥିଲା ଆମେ ୨୭୦-୨୮୦ ରନ ସ୍କୋରରେ ପହଞ୍ଚିବୁ। କିନ୍ତୁ ଆମେ ଲଗାତାର ୱିକେଟ ହରାଇଲୁ।

ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିୟନ ହେବାରେ ଭାରତୀୟ ଅଧିନାୟକ କହିଛନ୍ତି, ତିନି ୱିକେଟ ହରାଇବା ପରେ ଅଷ୍ଟ୍ରେଲିଆ ଏକ ବଡ଼ ଭାଗିଦାରୀ କରିଥିଲା। ଆମେ ଶୀଘ୍ର ୱିକେଟ ପାଇବାକୁ ଚାହୁଁଥିଲୁ। କିନ୍ତୁ ଟ୍ରାଭିସ ହେଡ ଏବଂ ମାର୍ନସ ଲାବୁଶେନଙ୍କ ବ୍ୟାଟିଂ ଆମକୁ ଖେଳରୁ ସମ୍ପୂର୍ଣ୍ଣ ରୂପେ ବାହାର କରିଥିଲା।

ଟସ ହାରିବା ନେଇ ରୋହିତ କହିଥିଲେ ଯଦି ମୁଁ ଟସ ଜିତିଥାନ୍ତି ତେବେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଆମେ ଭଲ ବ୍ୟାଟିଂ କରିନାହୁଁ। ଏକ ବଡ ଭାଗିଦାରୀ କରିବାରେ ମଧ୍ୟ ଅସଫଳ ରହିଥିଲୁ।

 

Share