ପୁଣେ,୨୮।୩ : ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ରବିବାର ଦେଶର ଦ୍ୱିତୀୟ ଯୋଡ଼ି ଭାବେ ଦିନିକିଆରେ ୫ ହଜାର ରନ୍ର ଭାଗୀଦାରିତା କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଏହି ମାଇଲଷ୍ଟୋନ ହାସଲ କରିଛି ଭାରତୀୟ ଦଳର ସବୁଠୁ ନିର୍ଭରଯୋଗ୍ୟ ଓପନିଂ ଯୋଡ଼ି। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ପ୍ରଥମ ଭାରତୀୟ ଯୋଡ଼ି ଭାବେ ଏହି ମାଇଲଷ୍ଟୋନ ଛୁଇଁ ଥିଲେ।