Categories: ଖେଳ

ରୋହିତଙ୍କୁ ପ୍ରଶଂସକ କହିଲେ ‘ସନ୍ୟାସ ନେବା ବେଳ ହୋଇଗଲାଣି’

ଦୁବାଇ,୨୬।୮: ରବିବାର ପାକିସ୍ତାନ ବିପକ୍ଷରେ ଏସିଆ କପ୍‌ର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାପୂର୍ବରୁ ଖେଳାଳିମାନେ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଗୁରୁବାର ଅଭ୍ୟାସ ମ୍ୟାଚ୍‌ ପରେ ରୋହିତ ଶର୍ମାଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। ଯାହାକୁ ନେଇ ସେ ଟ୍ରୋଲ ମଧ୍ୟ ହେଉଛନ୍ତି।

ବିସିସିଆଇ ପକ୍ଷରୁ ଭାରତର ଅଭ୍ୟାସ ମ୍ୟାଚ୍‌ ବେଳର ଭିଡିଓ ଶେୟାର କରାଯାଇଥିଲା। ପ୍ରାକ୍ଟିସ ପରେ ରୋହିତ ନିଜର ଷ୍ଟାଇଲରେ ଏକ ‘ସ୍କେଟିଂ ସ୍କୁଟର’ ଚଳାଉଥିବା ନଜର ଆସିଥିଲେ। ଏହି ଭିଡିଓରେ ପ୍ରଶଂସକମାନେ ପ୍ରତିକ୍ରିୟା ରଖୁଛନ୍ତି। ଜଣେ ବ୍ୟବହାରକାରୀ ରୋହିତ ଶର୍ମା ଦେଖିକରି ଚଲାନ୍ତୁ। କାରଣ ଆଘାତ ଲାଗିପାରେ। ଆପଣ ସେମିତିରେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ ଖେଳୁଛନ୍ତି ଏବଂ ଆହତ ହେଉଛନ୍ତି। ଏବେ ପନ୍ତଙ୍କୁ ଅଧିନାୟକ କରି ସନ୍ୟାସ ନେବା ସମୟ ଆସିଛି। ଆପଣ ଏବଂ କୋହଲି ଉଭୟ ଯୁବ ଖେଳାଳିଙ୍କ ରାସ୍ତା ରୋକିଛନ୍ତି ବୋଲି କହିଥିବା ଦେଖାଯାଇଛି।

କହିରଖୁଛୁ, ୨୭ ଅଗଷ୍ଟରୁ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପରଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯିବ। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅପରାହ୍ନ ୭.୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଚଳିତ ଥର ରୋହିତଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି। କାରଣ ଏବେ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି।

Share