Categories: ଖେଳ

ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ ଭିତରେ ହଠାତ୍‌ ବସରୁ ଓହ୍ଲାଇ ଷ୍ଟାଡିୟମକୁ ଦୌଡିଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ

ମୁମ୍ବାଇ,୪।୭: ଯେତେବେଳେ ଭାରତୀୟ କ୍ରିକେଟ ଟିମ୍‌ ଟି -୨୦ ବିଶ୍ୱକପ ଜିତିବା ପରେ ପ୍ରଥମ ଥର ପାଇଁ ଦେଶର ମାଟିରେ ପାଦ ଦେଇଥିଲା, କ୍ରିକେଟ ପ୍ରଶଂସକମାନେ ସେମାନଙ୍କ ଚାମ୍ପିୟନଙ୍କୁ ଉପଯୁକ୍ତ ଢଙ୍ଗରେ ସ୍ବାଗତ କରିଥିଲେ। ପ୍ରଥମେ ଦିଲ୍ଲୀ ଏବଂ ପରେ ମୁମ୍ବାଇ, ଉଭୟ ବଡ ସହରରେ ପ୍ରଶଂସକଙ୍କ ଭିଡ ଜମିଥିଲା। ପ୍ରଶଂସକମାନେ କ୍ୟାପଟେନ ରୋହିତ ଶର୍ମାଙ୍କ ପାଇଁ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ରୋଡ ଶୋ ମୁମ୍ବାଇରେ କରାଯାଇଥିଲା । ଯେଉଁଠାରେ ଟିମ ଇଣ୍ଡିଆ ବସ ଛାତ ଉପରେ ଚଢି ମେରାଇନ ଡ୍ରାଇଭ ଦେଇ ୱାନଖେଡେ ଷ୍ଟାଡିୟମରେ ପହଞ୍ଚିଥିଲା। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ବସରୁ ଓହ୍ଲାଇ ଷ୍ଟାଡିୟମ ଆଡକୁ ଦୌଡି ଦୌଡି ପହଞ୍ଚି ଯାଇଥିଲେ। ବାକି ଦଳ ବସରେ ଥିଲେ। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share