Posted inଖେଳ

ଗମ୍ଭୀରଙ୍କ ଯୋଗୁ ବାଦ୍‌ ପଡ଼ିନାହାନ୍ତି ପାଣ୍ଡ୍ୟା, ଋତୁରାଜ, ସାମସନ୍‌! ରୋହିତଙ୍କ ରାଜନୀତି ଯୋଗୁ କୋହଲିଙ୍କ ଭଳି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି୨୦ ଦଳ ଘୋଷଣା ହେବା ପରେ ବିବାଦ ଦେଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଅଧିନାୟକ ପଦରୁ ହଟାଯିବା ଅନେକଙ୍କୁ ଚକିତ କରିଛି। ଏଥିସହ ତାଙ୍କୁ ଉପଅଧିନାୟକରୁ ମଧ୍ୟ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦିନିକିଆ-ଟି୨୦ର ଉପଅଧିନାୟକ କରାଯାଇଛି।

ଋତୁରାଜ ଗାୟକଓ୍ବାଡ ମଧ୍ୟ ଉଭୟରୁ ବାହାର ହୋଇଛନ୍ତି। ସଞ୍ଜୁ ସାମସନ ଶତକ ମାରିଥିଲେ ହେଁ ଦିନିକିଆ ଟିମ୍‌ରେ ସ୍ଥାନ ମିଳିନାହିଁ। ଏସବୁ ନିଷ୍ପତ୍ତି ପରେ କ୍ରିକେଟ ପ୍ରଶଂସକମାନେ ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବେଳେ କିଛି ରିପୋର୍ଟରେ ଏହା ପଛରେ ରୋହିତ ଶର୍ମାଙ୍କ ହାତ ଥିବା ଦର୍ଶାଯାଇଛି।

ବିଶେଷଜ୍ଞଙ୍କ କହିବା ମୁତାବକ ଗମ୍ଭୀର ହେଡ୍‌ କୋଚ୍‌ ହୋଇଥିଲେ ହେଁ ଆସୁଆସୁ ଏତେ ବଡ଼ ନିଷ୍ପତ୍ତି ଏକାକି ନେଇନାହାନ୍ତି। ଦଳର ଦିଗ ଏବଂ ସ୍ଥିତି ନିର୍ଦ୍ଧାରିତ କରିବା ଲାଗି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ହାତ ରହିଛି। ରୋହିତ ଦୀର୍ଘ ଦିନରୁ ଯୋଡ଼ି ହୋଇ ଥିବାରୁ ଦଳକୁ ବୁଝନ୍ତି ଏବଂ ତାଙ୍କ ରାୟ ଚୟନ ଟିମ୍‌ ପାଇଁ ଗୁରୁତ୍ୱ ବହନ କରେ। ହେଲେ ଚୟନ କମିଟି ବୈଠକର ଆଲୋଚନା ନେଇ କୌଣସି ସୂଚନା ଆସିନାହିଁ।

 

ଯେବେଠାରୁ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ପଦରୁ ହଟାଯାଇଛି ରୋହିତଙ୍କ ବିରୋଧରେ ଭାରତୀୟ ପ୍ରଶଂସକ ମୋର୍ଚ୍ଚା ଖୋଲିଛନ୍ତି। ରୋହିତଙ୍କ ପ୍ରରୋଚନାରେ ଏସବୁ ହୋଇଛି ବୋଲି ସେମାନେ କହୁଛନ୍ତି। ପାଣ୍ଡ୍ୟା ଏବଂ କେ ଏଲ୍‌ ରାହୁଲଙ୍କ ସହ ରାଜନୀତି ହୋଇଛି। ଋତୁରାଜ ମଧ୍ୟ ଜିମ୍ବାଓ୍ବେରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଟି୨୦ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri