Categories: ଖେଳ

୨୦୨୭ ଓ୍ବାନ ଡେ’ ବିଶ୍ୱକପ ଖେଳିବେ ରୋହିତ ଶର୍ମା-ବିରାଟ କୋହଲି! ଗମ୍ଭୀର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୨।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ସୋମବାର ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ। ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ବିଶ୍ୱାସ କରନ୍ତି ଯେ ଯଦି ରୋହିତ ଏବଂ କୋହଲି ଇଚ୍ଛା କରନ୍ତି, ତେବେ ସେମାନେ ୨୦୨୭ ରେ ଖେଳାଯିବାକୁ ଥିବା ଓ୍ବାନ ଡେ’ ବିଶ୍ୱକପରେ ମଧ୍ୟ ଭାରତ ପାଇଁ ଖେଳିପାରିବେ ।
କୋହଲି ଏବଂ ରୋହିତଙ୍କ ବିଷୟରେ ଗୌତମ ଗମ୍ଭୀର କହିଛନ୍ତି, ରୋହିତ ଏବଂ ବିରାଟ ବଡ଼ ମଞ୍ଚରେ କଣ କରିପାରିବେ ତାହା ଦେଖାଇଛନ୍ତି, ଓ୍ବାନ ଡେ’ ବିଶ୍ୱକପ ହେଉ କିମ୍ବା ଟି -୨୦ ବିଶ୍ୱକପ। ମୁଁ ଭାବୁଛି ଉଭୟଙ୍କ ମଧ୍ୟରେ ବହୁତ କ୍ରିକେଟ ବାକି ଅଛି। ଉଭୟ ଚାମ୍ପିଅନ୍ସ ଟ୍ରଫି ୨୦୨୫ଏବଂ ଏହା ପୂର୍ବରୁ ଅଷ୍ଟ୍ରେଲିୟା ଯାତ୍ରା ପାଇଁ ଅତ୍ୟଧିକ ଉତ୍ସାହିତ ହେବେ। ଆଶାକରେ, ଯଦି ସେ ନିଜର ଫିଟନେସ ଜାରି ରଖିପାରନ୍ତି ତେବେ ୨୦୨୭ ଓ୍ବାନ ଡେ’ ବିଶ୍ୱକପ ଦୂର ନୁହେଁ । ଦଳକୁ କେତେ ଅବଦାନ ଦେଇପାରିବେ ତାହା ଉଭୟଙ୍କୁ ସ୍ଥିର କରିବାକୁ ପଡିବ, କାରଣ ଶେଷରେ ଦଳକୁ ସଫଳ ହେବାକୁ ପଡିବ, କିନ୍ତୁ ଉଭୟଙ୍କ ମଧ୍ୟରେ ଅନେକ କ୍ରିକେଟ ବାକି ଅଛି। ଉଭୟ ବିଶ୍ୱ ସ୍ତରର ଖେଳାଳି ।
ରୋହିତ-କୋହଲିଙ୍କ ଟି -୨୦ ରୁ ଅବସର ନେଇ ଗମ୍ଭୀର କହିଛନ୍ତି, ହଁ, ରୋହିତ, ବିରାଟ ଏବଂ ଜାଡେଜାଙ୍କ ଅବସର ପରେ ଆମେ ଟି -୨୦ ରେ ପରିବର୍ତ୍ତନ ଆଣିବାକୁ ଯାଉଛୁ। ୩ ଟି ଭିନ୍ନ ଭିନ୍ନ ଫର୍ମାଟ ପାଇଁ ୩ ଟି ଭିନ୍ନ ଦଳ ହେବାର କୌଣସି ଅର୍ଥ ନାହିଁ।

Share