Categories: ଖେଳ

ଗୁରୁ ଦ୍ରାବିଡ଼ଙ୍କ ରାସ୍ତାରେ ରୋହିତ, ଏହି କାରଣରୁ ବୋନସ୍‌ ନେବାକୁ କରିଦେଇଥିଲେ ମନା

ନୂଆଦିଲ୍ଲୀ,୧୧।୭: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ନିଜର ଆଚରଣ ସହ ଉଦାରତା ପାଇଁ ସର୍ବଦା ଜଣାଶୁଣା। ସେ ଦଳ ସହ ଖେଳାଳିଙ୍କ ସହାୟତା କରୁଥିବା ସପୋର୍ଟ ଷ୍ଟାଫ୍‌ଙ୍କ ବିଷୟରେ ଚିନ୍ତା କରିଥାନ୍ତି। ଏହାର ଏକ ବଡ଼ ଉଦାହରଣ ନିକଟରେ ସାମ୍ନାକୁ ଆସିଛି। ବିଶ୍ୱକପ୍‌ ପରେ ସପୋର୍ଟ ଷ୍ଟାଫ୍‌ଙ୍କୁ ଅଧିକ ଟଙ୍କା ଦେବା ଲାଗି ବିସିସିଆଇ ଜ୍ୟାକ୍‌ପଟ୍‌ରୁ ନିଜର ସମ୍ପୂର୍ଣ୍ଣ ବୋନସ୍‌ ଦେଇ ଦେବାକୁ ସେ ରାଜି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ଦୈନିକ ଜାଗରଣର ଏକ ରିପୋର୍ଟ ମୁତାବକ ଯେତେବେଳେ ୧୨୫ କୋଟି ଟଙ୍କା ବଣ୍ଟାଯିବା ନେଇ ଆଲୋଚନା ହେଉଥିଲା ସେତେବେଳେ ସପୋର୍ଟ ଷ୍ଟାଫ୍‌ କମ୍‌ ଟଙ୍କା ପାଇଥାନ୍ତେ। ଏମିତିରେ ରୋହିତ ସ୍ବର ଉଠାଇଥିଲେ। କଥା ବଢ଼ିବା ବେଳେ ସେ ନିଜର ସମସ୍ତ ବୋନସ୍‌କୁ ଦେବାକୁ ପଅସ୍ତୁତ ହୋଇଯାଇଥିଲେ। ପରେ ସପୋର୍ଟ ଷ୍ଟାଫ୍‌ଙ୍କୁ ମଧ୍ୟ ୨ କୋଟି ଲେଖାଏ ଦିଆଯାଇଥିଲା।
ରାହୁଲ ଦ୍ରାବିଡ଼ ପୂର୍ବରୁ ଅତିରିକ୍ତ ବୋନସ୍‌ ନେବାକୁ ମନା କରିଦେଇଥିଲେ। କାରଣ ସପୋର୍ଟ ଷ୍ଟାଫ୍‌ଙ୍କୁ ସମାନ ପୁରସ୍କାର ରାଶି ମିଳୁ ବୋଲି ସେ ଚାହୁଁଥିଲେ। ତେବେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ୫-୫ କୋଟି , ସପୋର୍ଟ ଷ୍ଟାଫ ଏବଂ ହେଡ୍‌ କୋଚ୍‌ଙ୍କୁ ୨.୫ କୋଟି ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧ କୋଟି ମିଳିଛି।

Share