Posted inଖେଳ

ଅଶ୍ୱିନଙ୍କ ପାଇଁ ପଦିଏ କଥା କହି ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା

ରାଜକୋଟ,୧୯।୨: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି ଯୋଗୁ ରବିଚନ୍ଦ୍ରନ ଅଶ୍ୱିନ ଘରକୁ ଯାଇଥିଲେ। ସେ ୨୪ ଘଣ୍ଟା ମଧ୍ୟରେ ଫେରି ଆସିଥିଲେ। ଟିମ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରୋହିତ କହିଛନ୍ତି, ଆମେ ଅଶ୍ୱିନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବାର ପ୍ରଥମେ ଆସିବା ଉଚିତ୍‌। ଏହି ମ୍ୟାଚରେ ଅଶ୍ୱିନ ମୋଟ ୨ ଉଇକେଟ ନେଇଛନ୍ତି।
ରୋହିତ କହିଛନ୍ତି, ଯେତେବେଳେ ତୁମେ ମ୍ୟାଚ ମଝିରେ ତୁମର ସବୁଠୁ ଅଭିଜ୍ଞ ବୋଲରଙ୍କୁ ହରାଇବ, ସେତେବେଳେ କିଛି ସହଜ ହେବ ନାହିଁ। ଅନ୍ୟ ସବୁ ଜିନିଷ ଛାଡି ପରିବାର ପ୍ରଥମେ ଆସେ। ଯେତେବେଳେ ଆମେ ଏହି ଖବର ବିଷୟରେ ଜାଣିଲୁ, ଆମେ ଭାବିଲୁ ଯେ ଅଶ୍ୱିନ ଯେଉଁଟା ଠିକ୍‌ ଭାବିବେ ଆମେ ତାକୁ ସମର୍ଥନ ଦେବୁ। ଆମେ ତାଙ୍କ ସହିତ ରହିବୁ। ସେ ତାଙ୍କ ପରିବାରକୁ ଯିବାକୁ ଚାହୁଁଥିଲେ, ଯାହା ସମ୍ପୂର୍ଣ୍ଣ ସଠିକ ନିଷ୍ପତ୍ତି ଥିଲା। ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଭଲ ଥିଲା।
ଭାରତୀୟ କ୍ରିକେଟ ବୋର୍ଡ ଅଫ ଅଶ୍ୱିନଙ୍କ ପାଇଁ ଏକ ସତନ୍ତ୍ର ବିମାନ ବ୍ୟବସ୍ଥା କରିଥିଲା। ସେ ଏହା ମାଧ୍ୟମରେ ଘରକୁ ଯାଇ ଏହା ମାଧ୍ୟମରେ ଫେରି ଆସିଥିଲେ। ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri