ରାଜକୋଟ,୧୯।୨: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି ଯୋଗୁ ରବିଚନ୍ଦ୍ରନ ଅଶ୍ୱିନ ଘରକୁ ଯାଇଥିଲେ। ସେ ୨୪ ଘଣ୍ଟା ମଧ୍ୟରେ ଫେରି ଆସିଥିଲେ। ଟିମ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରୋହିତ କହିଛନ୍ତି, ଆମେ ଅଶ୍ୱିନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବାର ପ୍ରଥମେ ଆସିବା ଉଚିତ୍। ଏହି ମ୍ୟାଚରେ ଅଶ୍ୱିନ ମୋଟ ୨ ଉଇକେଟ ନେଇଛନ୍ତି।
ରୋହିତ କହିଛନ୍ତି, ଯେତେବେଳେ ତୁମେ ମ୍ୟାଚ ମଝିରେ ତୁମର ସବୁଠୁ ଅଭିଜ୍ଞ ବୋଲରଙ୍କୁ ହରାଇବ, ସେତେବେଳେ କିଛି ସହଜ ହେବ ନାହିଁ। ଅନ୍ୟ ସବୁ ଜିନିଷ ଛାଡି ପରିବାର ପ୍ରଥମେ ଆସେ। ଯେତେବେଳେ ଆମେ ଏହି ଖବର ବିଷୟରେ ଜାଣିଲୁ, ଆମେ ଭାବିଲୁ ଯେ ଅଶ୍ୱିନ ଯେଉଁଟା ଠିକ୍ ଭାବିବେ ଆମେ ତାକୁ ସମର୍ଥନ ଦେବୁ। ଆମେ ତାଙ୍କ ସହିତ ରହିବୁ। ସେ ତାଙ୍କ ପରିବାରକୁ ଯିବାକୁ ଚାହୁଁଥିଲେ, ଯାହା ସମ୍ପୂର୍ଣ୍ଣ ସଠିକ ନିଷ୍ପତ୍ତି ଥିଲା। ଏହା ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଭଲ ଥିଲା।
ଭାରତୀୟ କ୍ରିକେଟ ବୋର୍ଡ ଅଫ ଅଶ୍ୱିନଙ୍କ ପାଇଁ ଏକ ସତନ୍ତ୍ର ବିମାନ ବ୍ୟବସ୍ଥା କରିଥିଲା। ସେ ଏହା ମାଧ୍ୟମରେ ଘରକୁ ଯାଇ ଏହା ମାଧ୍ୟମରେ ଫେରି ଆସିଥିଲେ। ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।