Categories: ଖେଳ

ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ୧୦ ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ଏହାଛଡ଼ା ୬ ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିବା ବେଳେ ୩ ମୁକାବିଲାର ନିଷ୍କର୍ସ ବାହାରିନାହିଁ। ଏଣୁ ଭାରତ ଏଥର ହାଇଦ୍ରାବାଦରେ ଦିନିକିଆ ମ୍ୟାଚ୍‌ ଜିତି ପରାଜୟର ଧାରାକୁ ଭାଙ୍ଗିବାକୁ ଚାହିଁବ।

Share